Site icon Odisha.com

ପୋସ୍କୋରେ ଚାକିରୀ ଦେବା ନାଁରେ ଠକାମି ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ହେବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଏହି ପ୍ରକଳ୍ପରେ ଚାକିରୀ କରାଇଦେବା ନାଁରେ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ।

ସଂପୃକ୍ତ ପ୍ରକଳ୍ପ ନାଁରେ ପାରାଦ୍ଵୀପ, କେନ୍ଦ୍ରାପଡ଼ା, ଜଗତସିଂହପୁର, କୁଜଙ୍ଗ ଆଦି ସ୍ଥାନରେ କେତେକ ୟୁନିଅନ ଓ ସଂଗଠନ ଗଠନ କରାଯାଇଛି । ଏହି ସଂଗଠନ ଓ ୟୁନିୟନ ଦ୍ୱାରା ସ୍ଥାନୀୟ ଯୁବକଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଛି ।

ଚାକିରୀ କରାଇ ଦେବା ପାଇଁ ସଂଗଠନ ଗୁଡ଼ିକ ପ୍ରଚାରପତ୍ର ଓ ପୋଷ୍ଟର ବାଣ୍ଟୁଥିବା ବେଳେ ବାହାର ରାଜ୍ୟର ଯୁବକଙ୍କ ଅପେକ୍ଷା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ପ୍ରତିଶୃତି ଦେଇଥିବା ସେମାନେ କହୁଛନ୍ତି, ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ପାରାୀପ ଅଞ୍ଚଳରେ ହେଉଥିବା ସମସ୍ତ ଶିଳ୍ପାନୁଷ୍ଠାନର କ୍ଷତିଗ୍ରସ୍ତ ଲୋକଙ୍କୁ ୯୦ ପ୍ରତିଶତ ଅଣକୁଶଳୀ, ୬୦ ପ୍ରତିଶତ କୁଶଳୀ ଏବଂ ୩୦ ପ୍ରତିଶତ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେମାନେ ସଚେତନତା ସୃଷ୍ଟି କରୁଛନ୍ତି ।

ବିଭିନ୍ନ ପ୍ରକାର ଚାକିରୀ ପାଇଁ ଉକ୍ତ ସଂଗଠନ ଗୁଡ଼ିକ ୫୦ ହଜାର, ୨୦ ହଜାର ଓ ୩୦ ହଜାର ଟଙ୍କା ନେବା ପାଇଁ ସ୍ଥିର କରିଛନ୍ତି ।

“ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପ ଓ ବନ୍ଦରରେ ବେକାର ଯୁବକଙ୍କୁ ଚାକିରି କରାଇ ଦେବା ନାଁରେ ବର୍ତ୍ତମାନ ଉକ୍ତ ଜିଲ୍ଲାରେ ଏକ ର୍ୟାକେଟ ସକ୍ରିୟ” ଥିବା ପୋଲିସ କହିଛି ।

ପ୍ରସନ୍ନ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି କୁଜଙ୍ଗ ଅଞ୍ଚଳରେ ପୋସ୍କୋ ଇଣ୍ଡିଆ ପୋର୍ଟ ପ୍ଲାଣ୍ଟ ୱାର୍କରସ୍ ୟୁନିୟନ ନାଁରେ ଏକ ସଂଗଠନ କରିଥିବା ପୋଲିସ କହିଛି ।

ସଂଗଠନର ସଭାପତି ଭାବେ କାର୍ଯ୍ୟ କରୁଥିବା କାଳିଆପାଟ୍ ଅଞ୍ଚଳର ଏହି ବ୍ୟକ୍ତି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଯୁବକଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି ।

ପଟ୍ଟାମୁଣ୍ଡାଇ ଅଞ୍ଚଳର କେତେକ ଯୁବକଙ୍କୁ ସେ ନକଲି ରସିଦ ଦେଇ ଟଙ୍କା ଆଦାୟ କରିଥିବା ବେଳେ ପୋଲିସ ତା ଠାରୁ ରସି ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିବା ସହ ସଂପୃକ୍ତ ବ୍ୟକ୍ତିକୁ ଅଟକ ରଖିଛି, ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ରଶ୍ମିରଂଜନ ସାହୁ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version