Site icon Odisha.com

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

ଓଡ଼ିଶା ଡ଼ଟ୍ କମ୍ ସମ୍ବାାତା

ଭୁବନେଶ୍ୱର,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ଏଣିକି ସବୁ ବର୍ଗର ପିଲାଙ୍କୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ସୁବିଧା କେବଳ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିଲା । ଆସନ୍ତା ଶିକ୍ଷାବର୍ଷ ଠାରୁ ଏହା ସବୁବର୍ଗର ପିଲାମାନେ ଅର୍ଥାତ୍ ଉଚ୍ଚ ବର୍ଗର ପିଲାମାନେ ମଧ୍ୟ ଏହି ସୁବିଧା ପାଇ ପାରିବେ ।

ଏଣିକି ପ୍ରତ୍ୟେକ ଶିକ୍ଷାବର୍ଷ ଆରମ୍ଭରୁ ପିଲା ମାନଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ଏବଂ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ବହି ଗୁଡ଼ିକର ମୁଦ୍ରଣ କାର୍ଯ୍ୟ ସମାପ୍ତ ହୋଇଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ପାଠ୍ୟ ପୁସ୍ତକ ଗୁଡ଼ିକ କେବଳ ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରେ ଥିବା ଓଡ଼ିଆ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ । ଏଣିକି ହାତ ଧୋଇବା ପାଇଁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ତରଳ ସାବୁନ ଯୋଗାଇ ଦିଆଯିବ । ପ୍ରତ୍ୟେକ ସ୍କୁଲ ଗୁଡ଼ିକୁ ସାବୁନ ଯୋଗାଇବା ନିମନ୍ତେ ମହିଳା ସ୍ୱୟଂ ସହାୟକଙ୍କୁ ଦାୟୀତ୍ୱ ଦିଆଯିବା ସହ ସେମାନଙ୍କୁ ଏହାର ପ୍ରସ୍ତୁତି ସଂପର୍କରେ ପ୍ରଶିକ୍ଷଣ ଦିଆଯିବ ।

ଏଥିପାଇଁ ୟୁନିସେଫ, ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ପରିମଳ ସେଲ ଆର୍ଥିକ ସହାୟତା ଯୋଗଇ ଦେବେ ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version