Site icon Odisha.com

ପୋସ୍କୋ ପ୍ରକଳ୍ପ କାମ ସାମୟିକ ବନ୍ଦ କରିବାକୁ ସୁପାରିଶ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ କାମ ସାମୟିକ ଭାବେ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଗଠିତ ଜଙ୍ଗଲ ଉପଦେଷ୍ଟା କମିଟି(ଏଫ୍ଏସି) ପରିବେଶ ମନ୍ତ୍ରଣାଳୟକୁ ସୁପାରିଶ କରିଛି ।

ପ୍ରାୟ ୫୨ ହଜାର କୋଟି ଟଙ୍କା ବିନିଯୋଗ ସମ୍ଭାବନା ଥିବା ଏକ ଇସ୍ପାତ ପ୍ରକଳ୍ପ ପାଇଁ ପୋସ୍କୋ ୨୦୦୫ରେ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ଏହି ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ୨୦୦୯ରେ ଆବଶ୍ୟକୀୟ ଅନୁମୋଦନ ଦେଇଥିଲେ ଫଳରେ ବିରୋଧ ସତ୍ତ୍ୱେ ପ୍ରକଳ୍ପ ଆରମ୍ଭ ହେବାର ଆଶା ଦେଖାଦେଇଥିଲା କିନ୍ତୁ ପରେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜଙ୍ଗଲ ଆଇନ ଉଲଂଘନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହିପ୍ରସଙ୍ଗ ସୁପ୍ରିମକୋର୍ଟକୁ ମଧ୍ୟ ଯାଇଥିଲା । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଜଙ୍ଗଲ ଉପଦେଷ୍ଟା କମିଟି ଗଠନ କରାଯାଇ ଅନୁଧ୍ୟାନ ଦାୟୀତ୍ୱ ଦିଆଯାଇଥିଲା ।

ଉକ୍ତକମିଟି ସମସ୍ତ ଅନୁଧ୍ୟାନ ତଥା ସରକାରୀ ତଥ୍ୟ ଆହରଣ କରି ପ୍ରକଳ୍ପ କ୍ଷେତ୍ରରେ ଜଙ୍ଗଲ ଆଇନର ବ୍ୟାପକ ଉଲଂଘନ ହୋଇଛି ବୋଲି ଅନୁଭବ କରିଛନ୍ତି । ଉପଷ୍ଟୋ କମିଟି ନିକଟରେ ରାଜ୍ୟ ସରକାର ଯେଉଁ ସ୍ପଷ୍ଟିକରଣ ଦେଇଥିଲେ ତାହା ଗ୍ରହଣୀୟ ହୋଇନାହିଁ ।

ସେଠାରେ ଆଦୌ ଜଙ୍ଗଲ ନାହିଁ ତେଣୁ ଜଙ୍ଗଲ ଆଇନର ଉଲଂଘନ ହେବାର ପ୍ରଶ୍ନ ନାହିଁ । ଏହା ବ୍ୟତୀତ ସେଠାରେ ଆଦିବାସୀ ପରିବାର ବାସ କରୁଥିବା ପ୍ରସଙ୍ଗକୁ ମଧ୍ୟ ସରକାର ଅସ୍ୱୀକାର କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version