Site icon Odisha.com

ମାସକ ମଧ୍ୟରେ କାର୍ଯ୍ୟକାରୀ ହେବ ହଇଜା ନିରାକରଣ ଯୋଜନା

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଦେଖାଦେଇଥିବା ହଇଜା ଭଳି ମହାମାରୀ ରୋଗର ନିରାକରଣ ପାଇଁ ଆସନ୍ତା ଏକ ମାସ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ହଇଜା ରୋଗ ବ୍ୟାପୀବାର କାରଣକୁ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ବିଭାଗ ସଚିବ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ରୋଗର କାରଣ ମୁଖ୍ୟତଃ ଗମନା ଗମନର ଅସୁବିଧା ଏବଂ ପାନୀୟ ଜଳ ହୋଇଥିବାରୁ ଏହାର ନିରାକରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ହଇଜା ପ୍ରବଣ ଜିଲ୍ଲା ଗୁଡ଼ିକର ଗମନାଗମନ ଏବଂ ପାନୀୟ ଜଳ ବ୍ୟବସ୍ଥାର ଆକ୍ସନ ପ୍ଲାନ ତୁରନ୍ତ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ଯେଉଁ ଗ୍ରାମ ବା ଜନବସତି ପାଇଁ ସଂଯୋଗୀକରଣ ରାସ୍ତା ନାହିଁ ସେହି ଗ୍ରାମ ଗୁଡ଼ିକ ପାଇଁ କିପରି ରାସ୍ତା ନିର୍ମାଣ ହୋଇପାରିବ ତାହାର ନକ୍ସା ପ୍ରସ୍ତୁତ ଏବଂ ବ୍ୟୟ ବରାର ଆକଳନ କରିବାକୁ କୁହାଯାଇଛି ।

ସଂପୃକ୍ତ ଜିଲ୍ଲା ଦାୟୀତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଦାୟୀତ୍ୱ ଦେବା ପାଇଁ ସେ କହିଥିଲେ । ଏହାବ୍ୟତୀତ ସ୍ୱାସ୍ଥ୍ୟସେବା ଅପହଞ୍ଚ ଗ୍ରାମ ଗୁଡ଼ିକରେ ଆଶା କର୍ମୀ ନିଯୁକ୍ତିକୁ ଚିକିତ୍ସିତ କରାଯିବ ଓ ଏକ୍ଷେତ୍ରରେ ନିଯୁକ୍ତି ସର୍ତ୍ତାବଳୀ ଦବା ନିୟମକୁ କୋହଳ କରାଯିବ । ଅନ୍ୟୁନ ଦୁଇ ଶହ ଲୋକ ଥିବା ଜନବସତିରେ ଆଶା କର୍ମୀ ନିଯୁକ୍ତି ପାଇବେ ।

ଓଡିଶା ଡଟ୍ କମ୍

Exit mobile version