Site icon Odisha.com

୨୩ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ଚଳିତ ଚତୁର୍ଦ୍ଧଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ଆସନ୍ତା ୨୩ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ ।

ଏଥିରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ଅନ୍ତର୍ଭୁକ୍ତ ହୋଇଥିବା ଶନିବାର ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଅଧିବେଶନର ପ୍ରାରମ୍ଭିକ ଦିବସରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ ।

ତିନୋଟି ବିଭାଗ ଉପରେ ତିନି ଦିନ ଖର୍ଚ୍ଚ ଦାବୀ ସଂକ୍ରାନ୍ତୀୟ ଆଲୋଚନା ହେବ । ଡ଼ିସେମ୍ବର ଦୁଇ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ । ୧୭ ତାରିଖକୁ ମହରମ ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ପାଞ୍ଚଟି କାର୍ଯ୍ୟ ଦିବସକୁ ବେସରକାରୀ ଦିବସ ଭାବେ ନିର୍ଦ୍ଧିଷ୍ଟ ରଖାଯାଇଛି ।

ଓଡିଶା ଡଟ୍ କମ୍

Exit mobile version