Site icon Odisha.com

ନିୟମିତ ଋଣ ସୁଝୁଥିବା ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଋଣ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ସ୍ଥାନୀୟ ଆଦିବାସୀ ପଡ଼ିଆରେ ଆସନ୍ତା ଶନିବାର ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସ୍ତରୀୟ କୃଷକ ସମାବେଶର ଆୟୋଜନ କରାଯାଇଥିବା ବେଳେ ନିୟମିତ ଋଣ ସୁଝୁଥିବା ଚାଷୀଙ୍କ ପାଇଁ ଛଅଟି ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯିବ ।

ଚାଷୀଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ପାଞ୍ଚ ହଜାର ଟଙ୍କା ଏବଂ ଦୁର୍ଘଟଣା ବୀମା ଯୋଜନାରେ ୨୫ ହଜାର ଟଙ୍କା ଦିଆଯିବ ବୋଲି ଗୁରୁବାର ରାଜ୍ୟ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ରାଜ୍ୟ ସମବାୟ ବ୍ୟାଙ୍କ ବର୍ତ୍ତମାନ ଅତ୍ୟନ୍ତ ସ୍ୱଚ୍ଛଳ ହୋଇଛି ଓ ଏହା ଅଧିନରେ ଥିବା ୧୩ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମଧ୍ୟ ସ୍ୱଚ୍ଛଳ ହୋଇଛନ୍ତି ଏବଂ ନାବାର୍ଡ଼ରୁ ଋଣ ପାଇବା ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ନିଜଆଡ଼ୁ ଛଅଟି ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବ ।

ଓଡିଶା ଡଟ୍ କମ୍

Exit mobile version