Site icon Odisha.com

ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର କାର୍ଯ୍ୟ ତଦନ୍ତ ହେବ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ କାର୍ଯ୍ୟ କରୁଥିବା ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ ଗୁଡ଼ିକର କାର୍ଯ୍ୟର ତଦନ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମାନ୍ୟତାପ୍ରାପ୍ତ ଅଗ୍ରଣୀ ବ୍ୟାଙ୍କ ଗୁଡ଼ିକ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି ତାହା ଉପରେ ଅର୍ଥମନ୍ତ୍ରୀ ସନ୍ଦେହ ପ୍ରକଟ କରିଛନ୍ତି ।

ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡ଼ିକ ସରକାରୀ ନିର୍ଦ୍ଦେଶନାମାର ଉଲଂଘନ କରୁଥିବାରୁ ଏକ କମିଟି ମାଧ୍ୟମରେ ତାହାର ତଦନ୍ତ କରାଯିବ ବୋଲି ରାଜ୍ୟ ସ୍ତରୀୟ ବ୍ୟାଙ୍କରସ୍ ସମିତିର ୧୨୧ ତମ ବୈଠକରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ କହିଛନ୍ତି ।

ଫାଇନାନ୍ସ ସଂସ୍ଥା ଗୁଡ଼ିକ ଅତିବେଶୀରେ ୨୮ ପ୍ରତିଶତ ସୁଧ ଲାଗୁ କରିପାରିବେ ବୋଲି ସରକାର ସ୍ପଷ୍ଟ ଭାବରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମାତ୍ର ସେମାନେ ତାହାକୁ ମାନୁ ନାହାନ୍ତି ।

ଏପରିକି ସେମାନେ ଶହେରୁ ଅଧିକ ପ୍ରତିଶତ ସୁଧ ଆାୟ କରୁଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ନିଜ ପାଖରେ ଥିବା ମୋଟ ଜମା ରାଶିର ଅନ୍ୟୁନ ୬୦ ପ୍ରତିଶତ ଋଣ ଆକାରରେ ପ୍ରଦାନ କରିବାକୁ ରିଜର୍ଭ ବ୍ୟାଙ୍କ ବିଧିବଦ୍ଧ ଭାବେ ନିର୍ଦ୍ଧାଣ କରିଥିଲେ ହେଁ ତାହାକୁ ବହୁ ବ୍ୟାଙ୍କ ପାଳନ କରୁନାହାନ୍ତି ଓ ଖୋଲା ଖୋଲି ଅନିଚ୍ଛା ପ୍ରକାଶ କରୁଛନ୍ତି ।

ଏ ଗୁଡ଼ିକ ମଧ୍ୟରେ ୧୪ଟି ଜାତୀୟକରଣ ବ୍ୟାଙ୍କ, ୫ଟି ଘରୋଇ ବ୍ୟାଙ୍କ ଏବଂ ୩ଟି ଗ୍ରାମ୍ୟ ବ୍ୟାଙ୍କ ଅନ୍ତର୍ଭୁକ୍ତ । ଏହି ବୈଠକରେ ୟୁକୋ ବ୍ୟାଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଏକ ପୁସ୍ତିକାରେ ଏହା ଦର୍ଶାଯାଇଛି ।

ଓଡିଶା ଡଟ୍ କମ୍

Exit mobile version