Site icon Odisha.com

ବସ୍ କାର୍ ମୁହାଁମୁହିଁ, ଦୁଇ ମୃତ, ୪୦ ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ମୟୁରଭଞ୍ଜ ଜିଲ୍ଲାର ଏକ ସ୍ଥାନରେ ଶୁକ୍ରବାର ଘରୋଇ ଯାତ୍ରୀବାହି ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।

୬୦ ଜଣ ଯାତ୍ରୀଙ୍କୁ ନେଇ ବସ୍ଟି ଠାକୁରମୁଣ୍ଡାରୁ କରଞ୍ଜିଆ ଯାଉଥିବା ବେଳେ କାଡ଼ିହା ଠାରେ ବୀପରିତ ଦିଗରୁ ଆସୁଥିବା କାର ସହ ଧକ୍କା ହୋଇଥିଲା ।

ଫଳରେ ବସ୍ ରେ ଥିବା ଦୁଇ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆହତ ଯାତ୍ରୀ ମାନଙ୍କୁ କରଞ୍ଜିଆ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଓଡିଶା ଡଟ୍ କମ୍

Exit mobile version