Site icon Odisha.com

ରାଜ୍ୟର ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ସିଆଇଆଇର ପ୍ରସ୍ତାବ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ସିଆଇଆଇ ପୂର୍ବାଞ୍ଚଳର ପ୍ରତିନିଧି ଦଳ ତଥା ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡ଼ିଶାର ବିକାଶ କ୍ଷେତ୍ରରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ବିକାଶ ପାଇଁ ସିଆଇଆଇ ଏକ ଭିଜନ ୨୦୨୨ ପ୍ରସ୍ତୁତ କରିଛି । ଏଥିରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ, ଶିକ୍ଷା, କୃଷି, ପରିବେଶ ପ୍ରଭୃତି କ୍ଷେତ୍ରରେ କାମ କରିବା ପାଇଁ ଯୋଜନା ରହିଛି ।

ବାଲେଶ୍ୱରରେ ଏକ ଦକ୍ଷତା କେନ୍ଦ୍ର କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଯେଉଁ କ୍ଷେତ୍ରରେ ଅଧିକ ନିଯୁକ୍ତି ହେବାର ସମ୍ଭାବନା ରହିଛି ସେ ବିଷୟରେ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ ।

ଭୁବନେଶ୍ୱରରେ ବର୍ଷା ଜଳ ଅମଳ, ଜଳ ସଂରକ୍ଷଣ, ଗ୍ରୀନ ବସଷ୍ଟାଣ୍ଡ, ଆବର୍ଜନା ପରିଚାଳନା, ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ବିଭିନ୍ନ ସ୍ଥାନର ସ୍କୁଲ କ୍ଲଷ୍ଟର, ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

କଳାହାଣ୍ଡି, ବଲାଙ୍ଗୀର ଭଳି ପଛୁଆ ଜିଲ୍ଲାର ବିକାଶ ପାଇଁ “ଜିଲ୍ଲା ବିକାଶ” ଯୋଜନା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରତିନିଧି ଦଳ ସୂଚନା ଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version