Site icon Odisha.com

ଓଡ଼ିଆ ଯୁବ ଶିଳ୍ପଦ୍ୟୋଗୀ ସାଗର ମହାନ୍ତିଙ୍କୁ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପୁରୀରେ ଏକ କ୍ଷୁଦ୍ର ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ରାଉରକେଲାରେ ସେଲର ଏକ କ୍ଷୁଦ୍ର ବନ୍ଦର ଥିବା ବେଳେ ଝାରସୁଗୁଡ଼ା ଠାରେ ଦୀର୍ଘଦିନରୁ ଏକ ବିମାନବନ୍ଦର ଅଛି । ତାହାର ପୁନରୁଦ୍ଧାର କରାଯାଉଛି । ସେହିପରି ଭାବେ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ପୁରୀଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ଶୁକ୍ରବାର ସିଆଇଆଇ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏ ସଂପର୍କରେ ଖୁବ୍ଶୀଘ୍ର ବିଧିବଦ୍ଧ ନିଷ୍ପତ୍ତି ନିଆଯିବ । ଏହି ବିମାନ ବନ୍ଦର ନିର୍ମାଣ ହେଲେ ବିଶ୍ୱର ବିଭିନ୍ନ କୋଣରୁ ପର୍ଯ୍ୟଟକମାନେ ସିଧାସଳଖ ପୁରୀକୁ ଆସିବା ପାଇଁ ସୁଯୋଗ ପାଇବେ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version