Site icon Odisha.com

ବିଭାଗ ଉପରୁ ମାମଲା ଚାପ କମାଇବା ପାଇଁ ନିଦେ୍ର୍ଧଶ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ସରକାରଙ୍କ ବିଭିନ୍ନ ବିଭାଗରେ ରହିଥିବା ମାମଲା ଗୁଡ଼ିକ କାର୍ଯ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହି ଚାପ କମାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।

ଶୁକ୍ରବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ବିଭିନ୍ନ ବିଭାଗରେ ରହିଥିବା ମାମଲା ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ସୂଚନା ଅନୁଯାୟୀ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୨୦ ହଜାର, ସ୍ୱାସ୍ଥ୍ୟ ବିଭାଗରେ ୭ ହଜାର ଏବଂ ଉଚ୍ଚଶିକ୍ଷା ବିଭାଗରେ ୨ ହଜାରରୁ ଉର୍ଦ୍ଧ୍ଵ ମାମଲା ରହିଛି ।

ଏହାବ୍ୟତୀତ ଅନ୍ୟ ବିଭାଗରେ ମଧ୍ୟ ଅନୁରୂପ ମାମଲା ରହିଥିବାରୁ ବିଭାଗୀୟ ସମନ୍ୱୟ ମାଧ୍ୟମରେ ଏ ଗୁଡ଼ିକରେ ସମାଧାନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ।

ଅନ୍ୟ ପକ୍ଷରେ ଯେଉଁ ମାମଲା ସୁପ୍ରିମକୋର୍ଟରେ ଚାଲିଛି ସେଗୁଡ଼ିକର ପରିଚାଳନା ଯେପରି ସଠିକ୍ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଓଡିଶା ଡଟ୍ କମ୍

Exit mobile version