Site icon Odisha.com

ଛଅ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ଭୁବନେଶ୍ୱର ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଦୁଇଟି ଜିଲ୍ଲାରେ ଛଅ ଜଣ ମାଓବାଦୀ ଶନିବାର ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ବିଭିନ୍ନ ଅପରାଧରେ ସଂପୃକ୍ତ ପାଞ୍ଚ ଜଣ ମାଓବାଦୀ ରାୟଗଡ଼ା ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଳମ୍ର କମାଣ୍ଡର ।

ସେହିପରି ଯାଜପୁର ଜିଲ୍ଲାରେ ମାଓବାଦୀ ନେତା ସୁଶୀଲ ଗ୍ୟାଙ୍ଗର ସଦସ୍ୟ ପୀତାମ୍ବର ଟୁଡ଼ୁ ଜିଲ୍ଲା ପୋଲିସ ମୁଖ୍ୟଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ତା ବିରୁଦ୍ଧରେ ତିନୋଟି ହତ୍ୟା ମାମଲା ସହ ନଅଟି ମାମଲା ରହିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version