Site icon Odisha.com

ଓଡ଼ିଆ ଯୁବ ଶିଳ୍ପଦ୍ୟୋଗୀ ସାଗର ମହାନ୍ତିଙ୍କୁ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ସିଟିଜନ ଇଣ୍ଟିଗ୍ରେସନ ପିସ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀ ଠାରେ ଆୟୋଜିତ”ଇନ୍ଦିରା ଗାନ୍ଧୀଙ୍କ କର୍ମ ଓ ଜୀବନ ବିଷୟ” ଉପରେ ଜାତୀୟ ଆଲୋଚନାଚକ୍ର ଅବସରରେ ଓଡ଼ିଆ ଯୁବ ଶିଳ୍ପଦ୍ୟୋଗୀ ସାଗର ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି ।

ଇନ୍ଦିରା ଗାନ୍ଧୀଙ୍କ ୯୨ ତମ ଜନ୍ମ ତିଥି ଉପଲକ୍ଷେ ଶୁକ୍ରବାର ଆୟୋଜିତ ଉତ୍ସବରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟକ୍ତିଗତ ସଫଳତା ଓ ରାଷ୍ଟ୍ରସେବାରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ “ଇନ୍ଦିରା ଗାନ୍ଧୀ ସ୍ଭାବନା ପୁରସ୍କାର ୨୦୧୦”ରେ ସମ୍ମାନିତ କରାଯାଇଛି ।

ସିକିମ୍ ର ପୂର୍ବତନ ରାଜ୍ୟପାଳ ଚୌଧୁରୀ ରଣଧୀର ସିଂହ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତାମିଲନାଡ଼ୁର ରାଜ୍ୟପାଳ ଭୀଷ୍ମ ନାରାୟଣ ସିଂହ ମହାନ୍ତିଙ୍କୁ ସମ୍ମାନିତ କରିଛନ୍ତି ।

ମହାନ୍ତି ଭୁବନେଶ୍ୱର ସ୍ଥିତ ନେକ୍ସେସ୍ ଟେକ୍ନୋୱେର ସୋଲୁ୍ୟସନ ପ୍ରା. ଲିମିଟେଡ଼ (ଏନ୍ଟିଏସ୍ପିଏଲ୍)ର ପରିଚାଳନା ନିଦେ୍ର୍ଧଶକ ।

ଓଡିଶା ଡଟ୍ କମ୍

Exit mobile version