Site icon Odisha.com

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ କୁ ରାଜ୍ୟପାଳ ଫେରାଇ ଦିଅନ୍ତୁ : ବିଜେପି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ବେଆଇନ ଭାବେ କରାଯାଇଥିବା ହାଇକୋର୍ଟ ରାୟ ଦେଇଥିବାରୁ ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ତାଙ୍କ ପ୍ତରରେ ପଡ଼ିଥିବା ଏ ସଂକ୍ରାନ୍ତୀୟ ବିଲକୁ ଅନୁମୋଦନ ନକରି ଫେରାଇ ଦିଅନ୍ତୁ ବୋଲି ବିଜେପି ନେତା ବିଜୟ ମହାପାତ୍ର ଦାବୀ କରିଛନ୍ତି ।

ଏହା ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଧମା ରୁଜୁ ପାଇଁ ମଧ୍ୟ ଅନୁମତି ଦିଅନ୍ତୁ ବୋଲି ସେ କହିଛନ୍ତି । ବିଶ୍ୱବିଦ୍ୟାଳୟକୁ ଜମି ଦେବାରେ ବହୁ ବେନିୟମ ହୋଇଛି ବୋଲି ଲୋକପାଳ ଦର୍ଶାଇଥିଲେ ।

ତାହାକୁ ସେତେବେଳେ ସରକାର ଗୁରୁତ୍ୱ ଦେଇନଥିଲେ । ଏବେ ହାଇକୋର୍ଟ ରାୟ ପ୍ରକାଶ ପାଇଥିବାରୁ ସରକାରଙ୍କ ସମସ୍ତ କାରସାଦି ଧରାପଡ଼ିଯାଇଛି । ଜମି ଅଧିଗ୍ରହଣ କ୍ଷେତ୍ରରେ ସରକାର ଏବଂ ରାଜସ୍ୱ ପ୍ରଶାସନ ସମସ୍ତ ନୀତି ନିୟମକୁ ଉଲଂଘନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହାର ମୂଳ ହୋଇଥିବାରୁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ । ସେଥିପାଇଁ ରାଜ୍ୟପାଳଙ୍କୁ ଅବଗତ କରାଯିବ ଓ ଖୁବ୍ ଶୀଘ୍ର ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରିବେ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version