Site icon Odisha.com

କନ୍ଧମାଳ ଦଙ୍ଗା: ଗୃହଦାହ ମାମଲାରେ ୧୪ ଜଣଙ୍କୁ ଦଣ୍ଡାଦେଶ

ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ

ଫୁଲବାଣୀ, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ୨୦୦୮ କନ୍ଧମାଳ ଦଙ୍ଗା ସମୟରେ ହୋଇଥିବା ଘରପୋଡ଼ି ମାମଲାର ବିଚାର କରି ଶନିବାର ସ୍ଥାନୀୟ ଅଦାଲତ ୧୪ ଜଣଙ୍କୁ ତିନି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ରାଇକିଆ ଥାନା ଅନ୍ତର୍ଗତ ବୁଦାମାହା ଗ୍ରାମର ଘରପୋଡ଼ି ମାଲାରେ ଫୁଲବାଣୀ ଫାଷ୍ଟଟ୍ରାକ୍ କୋର୍ଟ-୨ ବିଚାରପତି ସି.ଆର୍.ଦାସ ସାତ ଜଣ ଅଭିଯୁକ୍ତଙ୍କୁ ତିନି ବର୍ଷ ଲେଖାଏଁ କାରାଦଣ୍ଡାଦେ ଓ ୪୫୦୦ ଟଙ୍କା ଜରିମାନା ଆଦେଶ କରିଥିବା ଜଣେ ଆଇନଜୀବୀ କହିଛନ୍ତି ।

ସେହିପରି ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଧେରିଗାଁ ଘରପୋଡ଼ି ମାମଲାରେ ଅନ୍ୟ ସାତ ଜଣଙ୍କୁ ତିନି ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୬୫୦୦ ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଥିବା ବେଳେ ଜି.ଉଦୟଗିରି ଥାନା ଅନ୍ତର୍ଗତ ସୁଲେଦି ଗ୍ରାମର ଘରପୋଡ଼ି ମାମଲାରେ ବିଚାରପତି ପ୍ରମାଣ ଅଭାବରୁ ଛଅ ଜଣଙ୍କୁ ନିଦେ୍ର୍ଧାଶରେ ଖଲାସ କରିଦେଇଛନ୍ତି ।

୨୦୦୮ ଅଗଷ୍ଟ ୨୩ରେ ବିଶ୍ୱହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରି ଜଣ ସହଯୋଗୀଙ୍କ ହତ୍ୟା ପରେ ସମଗ୍ର ଜିଲ୍ଲାରେ ହିଂସାକାଣ୍ଡ ଦେଖାଦେଇଥିଲା । ହିଂସାକାଣ୍ଡରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଓଡିଶା ଡଟ୍ କମ୍

Exit mobile version