Site icon Odisha.com

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୨୧ (ଓଡିଶା ଡଟ୍ କମ୍) ରବିବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମୁନ୍ଦ୍ରରେ ବୋଇତ ଭସାଇବା ତଥା ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଆଜି ସକାଳୁ ପୁରୀ ସମୁନ୍ଦ୍ରରେ ବହୁ ଲୋକ ବୁଡ ପକାଇ ଡଙ୍ଗା ଭସାଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଜଗନ୍ନାଥଙ୍କ ରାଜ ରାଜେଶ୍ୱରବେଶ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ଭିଡ଼ ଲାଗିରହିଛି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ପୂଣ୍ୟ ଅର୍ଜ୍ଜନ ହୁଏ ବୋଲି ବିଶ୍ୱାସ ରହିଛି ।

ପ୍ରବଳ ଜନ ସମାଗମ ୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ବ୍ୟତୀତ ଭୁବନେଶ୍ୱର ସ୍ଥିତ ବିନ୍ଦୁ ସାଗର, ଦୟା ନୀଳ କୁଆଖାଇ ଓ କଟକର କାଠଯୋଡି, ପାରାଦ୍ଵୀପ, ବ୍ରହ୍ମପୁର ଓ ଅନ୍ୟାନ୍ୟ ନଦୀ ଗୁଡିକରେ ହଜାର ହଜାର ଲୋକ ଡଙ୍ଗା ଭସାଇଛନ୍ତି ।

ଦେବାଦେବୀଙ୍କୁ ପୂଜା କରିବା ପାଇଁ ଶ୍ରୀମନ୍ଦିର ସମେତ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଛି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version