Site icon Odisha.com

ଡ଼ଙ୍ଗା ଭଷାଣି ବେଳେ ବିଭିନ୍ନ ସ୍ଥାନରେ ସାତ ମୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡ଼ଙ୍ଗା ଭଷାଣି ବେଳେ ବିଭିନ୍ନ ସ୍ଥାନରେ ସାତ ଜଣଙ୍କ ମୃତ୍ୟୁ ହୋଇଛି ।

ଯାଜପୁର ଜିଲ୍ଲାରେ ଜଣେ ୧୩ ବର୍ଷର ବାଳକ ସାଙ୍ଗ ମାନଙ୍କ ସହ ନିକଟସ୍ଥ ପୋଖରୀକୁ ଡ଼ଙ୍ଗା ଭଷାଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ିଯାଇଥିଲେ ।

ପରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ସେହିପରି କଟକ ସ୍ଥିତ ଖାନ୍ନଗରରେ ଜଣେ ବାଳକ ଓ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋର ନିକଟରେ ଦୁଇ ଜଣ ବାଳିକା ଡ଼ଙ୍ଗା ଭଷାଇବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲା ଲାଠୋକା ଗ୍ରାମରେ ଦୁଇ ଜଣ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ ଜଣେ ବାଳିକା ନିଖୋଜ ହୋଇଯାଇଥିବା ଜଣାପଡ଼ିଛି ।

ଓଡିଶା ଡଟ୍ କମ୍

Exit mobile version