Site icon Odisha.com

ଅରୁନ୍ଧତୀଙ୍କ ଗସ୍ତକୁ ବିରୋଧ କରି ୧୧ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ଲେଖିକା ଅରୁନ୍ଧତୀ ରାୟ ରବିବାର ଭୁବନେଶ୍ୱର ଆସିଥିବା ବେଳେ ତାଙ୍କ ଗସ୍ତକୁ ବିରୋଧ କରି ୧୧ ଜଣ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କର୍ମୀ ଗିରଫ ହୋଇଥିବା ପୋଲିସ କହିଛି ।

ମାନବିକ ଅଧିକାର ସଂଗଠନ ଓ ଆଦିବାସୀ ସଂଗଠନ ପକ୍ଷରୁ ଆୟୋଜିତ ଏକ ସଭାରେ ଯୋଗ ଦେବାକୁ ସେ ଆସିଛନ୍ତି । ୧୧ ଜଣ ଏବିଭିପି କର୍ମୀଙ୍କୁ ଗିରଫ କରିଥିବା ଡ଼ିସିପି ହୀମାଂଶୁ ଲାଲ କହିଛନ୍ତି ।

ଯଦି ଓ କାଶ୍ମୀର ଉପରେ ସେ ଦେଇଥିବା ମନ୍ତବ୍ୟକୁ ନେଇ କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ । ପରେ ସେ ଆୟୋଜିତ ସଭାରେ ଯୋଗ ଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version