Site icon Odisha.com

ସୂତାର ମୂଲ୍ୟ ବୃଦ୍ଧି ଯୋଗୁଁ ଓଡ଼ିଶା ତନ୍ତୀ ହତାଶ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର ନିକଟରେ ୫୫ ଲକ୍ଷ ବେଲ ତୁଳା ବିଦେଶକୁ ରପ୍ତାନୀ କରିଥିବାରୁ ଭାରତର ଆଭ୍ୟନ୍ତରୀଣ ବଜାରରେ ସୂତାର ମୂଲ୍ୟ ୪୦ ପ୍ରତିଶତ ଅବିବୃଦ୍ଧି ଘଟିଛି ଫଳରେ ଓଡ଼ିଶାର ତନ୍ତୀମାନେ ହତାଶ ହୋଇଛନ୍ତି ।

ଦେଶର ୭୦ ପ୍ରତିଶତ ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି । କୃଷି ପରେ ହସ୍ତତନ୍ତ କେବଳ ଓଡ଼ିଶା ନୁହେଁ, ବହୁ ରାଜ୍ୟର ଦ୍ଵୀତୀୟ ଗ୍ରାମୀଣ କର୍ମ ଯୋଗାଣର ଏକ ମାଧ୍ୟମ ହୋଇଛି ।

ସରକାରଙ୍କ ତୁଳା ରପ୍ତାନୀ ନୀତି ବିରୁଦ୍ଧରେ ଓ ଏହାର ଆଶୁ ପ୍ରତିକାର କରି ରପ୍ତାନୀ ଉପରେ ତୁରନ୍ତ କଟକଣା ଜାରି କରିବା ପାଇଁ ସମ୍ବଲପୁର ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

ତୁଳା ରପ୍ତାନୀ ବନ୍ଦ କରାନଗଲେ ଭାରତବର୍ଷର ହସ୍ତତନ୍ତ ଶୀର୍ଷ ସମବାୟ ସମିତି, ହସ୍ତତନ୍ତ ପ୍ରାଥମିକ ସମବାୟ ସମିତି, ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଲକ୍ଷାଧିକ ବୁଣାକାର କ୍ଷତିଗ୍ରସ୍ତ ହେବେ । ଫଳରେ ଦେଶର ଅନେକ ପ୍ରଦେଶରେ ଐତିହ୍ୟ ସମ୍ପନ୍ନ ହସ୍ତକଳା ଲୋପ ପାଇବାର ଆଶଂକା ପ୍ରକାଶ ପାଇଛି ।

ହସ୍ତତନ୍ତ ନିମନ୍ତେ ବ୍ୟବହୃତ ସୂତା ଉପରେ ସାଧାରଣ ବିକ୍ରୀ କର ଓ ପ୍ରବେଶ କର ଲାଗୁ ନକରିବା, କୃଷି ପରି ହସ୍ତତନ୍ତ କ୍ଷେତ୍ରରେ ଚାରି ପ୍ରତିଶତ ସୁଧ ହାରରେ ଋଣ ପ୍ରଦାନ କରିବା, ସୂତାର ୪୦ ପ୍ରତିଶତ ଦରବୃଦ୍ଧି ଯୋଗୁଁ ହସ୍ତତନ୍ତ ସଂସ୍ଥା ଗୁଡ଼ିକୁ ୨୦ ପ୍ରତିଶତ ରିହାତି ଜରିଆରେ କଞ୍ଚାମାଲ ଯୋଗାଇଦେବାକୁ ଅନୁରୋଧ କରାଯାଇଛି ।

ଏ ବିଷୟରେ ହସ୍ତକ୍ଷେପ କରି ଶ୍ରୀଘ୍ର ସମାଧାନ ପାଇଁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version