Site icon Odisha.com

ବନ୍ଦର ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲାରେ ଏକ ବନ୍ଦର ପ୍ରତିଷ୍ଠା ପାଇଁ ନବୟୁଗ ଇଂଜିନିୟରଂ କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୋମବାର ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ୨୦୦୮ ଡ଼ିସେମ୍ବର ୨୨ରେ ଏହି ବନ୍ଦର ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।

ହାଇଦ୍ରାବାଦ ସ୍ଥିତ ଏହି କମ୍ପାନୀ ଅସ୍ତରଙ୍ଗ ଠାରେ ପ୍ରାୟ ୬୫୦୦ କୋଟି ଟଙ୍କା ବ୍ୟାୟରେ ୨୫ ମିଲିଅନ ଟନ୍ କ୍ଷମତା ବିଶିଷ୍ଟ ବନ୍ଦର ପ୍ରତିଷ୍ଠା କରିବ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଂଜୀନ ସାହୁଙ୍କ ଉପସ୍ଥିତିରେ ବିଭାଗୀୟ ସଚିବ ଓ ସଂପୃକ୍ତ କମ୍ପାନୀର ପରିଚାଳନା ନିଦେ୍ର୍ଧଶକ ଏହି ଚୁକ୍ତିମାନାରେ ସ୍ୱାକ୍ଷର କରିଛନ୍ତି ।

ଏକ ବର୍ଷ ମଧ୍ୟରେ ଡ଼ିପିଆର୍ ଦେବାକୁ କମ୍ପାନୀକୁ କୁହାଯାଇଛି । ଜମି ପାଇବାର ଚାରି ବର୍ଷ ମଧ୍ୟରେ ବନ୍ଦର କାର୍ଯ୍ୟକ୍ଷମ ହେବ ବୋଲି କଂପାନୀ ପକ୍ଷରୁ ପ୍ରତିଶୃତି ମିଳିଛି । ବନ୍ଦର କାର୍ଯ୍ୟକ୍ଷମ ହେଲେ ବନ୍ଦର ଭିତ୍ତିଭୂମିର ବିକାଶ ହେବା ସହ ରାଜସ୍ୱ ବଢିବ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ସବୁ ଦିନିଆ ବନ୍ଦର ହେବ । ଲୁହାପଥର, କୋଇଲା ଓ ଅନ୍ୟ ମାଲ ଏହି ବନ୍ଦର ଦେଇ ଆମଦାନୀ ତଥା ରପ୍ତାନୀ ହୋଇପାରିବ । ପ୍ରଥମ ପର୍ଯ୍ୟାୟରେ ଚାରୋଟି ବର୍ଥ ନିର୍ମାଣ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ମୋଟ୍ ୨୫ଟି ବର୍ଥ କରାଯିବ ।

କମ୍ପାନୀ ସରକାରଙ୍କୁ ପ୍ରଥମରୁ ପାଞ୍ଚ ବର୍ଷ ଯାଏଁ ଆୟର ପାଞ୍ଚ ପ୍ରତିଶତ, ୬ରୁ ୧୦ ବର୍ଷ ମଧ୍ୟରେ ୮ ପ୍ରତିଶତ, ୧୧ରୁ ୧୫ ବର୍ଷ ମଧ୍ୟରେ ୧୦ ପ୍ରତିଶତ ଓ ୧୬ ବର୍ଷରୁ ଲିଜ ସମୟ ଶେଷ ପାର୍ଯ୍ୟନ୍ତ ୧୨ ପ୍ରତିଶତ ଅର୍ଥ ପ୍ରଦାନ କରିବ ।

ବନ୍ଦର ନିମନ୍ତେ ୯୦ କିମି ରେଳପଥ ଓ ସଡ଼କ ପଥ କରାଯିବ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ୯୦ ଭାଗ ଅଣକୁଶଳୀ, ୬୦ ଭାଗ କୁଶଳୀ ଓ ୩୦ ଭାଗ ସୁପରଭାଇଜର ତଥା ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।

ଓଡିଶା ଡଟ୍ କମ୍

Exit mobile version