Site icon Odisha.com

କଳିଙ୍ଗନଗର ସମସ୍ୟାର ସମାଧାନ ପାଇଁ ସଚିବ ସ୍ତରୀୟ କମିଟି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ବିଭିନ୍ନ ଶିଳ୍ପସଂସ୍ଥା ସମ୍ମୁଖିନ ହେଉଥିବା ସମସ୍ୟାର ସମାଧାନ ପାଇଁ ସରକାର ଏକ ତିନି ଜଣିଆ ସଚିବ ସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିଳ୍ପ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯିବ ।

ଏଥିରେ ଖଣି ଓ ପରିବହନ ସଚିବ ସଦସ୍ୟ ରହିବେ । ଏହି କମିଟି ଏକ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ଏବଂ ଏହାକୁ ଭିତ୍ତି କରି ପକ୍ଷେପ ନିଆଯିବ ବୋଲି ସୋମବାର ଏକ ବୈଠକରେ ସ୍ଥିର ହୋଇଛି ।

ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଳ୍ପମନ୍ତ୍ରୀ ରଘୁନାଥ ମହାନ୍ତି, ମୁଖ୍ୟ ଶାସନ ସଚିବ ଓ କଳିଙ୍ଗନଗର ଶିଳ୍ପ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ସଂଘର ପ୍ରତିନିଧିମାନେ ମୁଖ୍ୟତଃ ଚାରୋଟି ଦାବୀ ଉପସ୍ଥାପନ କରିଥିଲେ । ଆବଶ୍ୟକ ଅନୁଯାୟୀ କଞ୍ଚାମାଲ ଯୋଗାଣ ସହିତ ବିଭିନ୍ନ ପରିବହନ ସଂସ୍ଥାର ମୂଲ୍ୟ ସମାନ କରାଯିବା, ଖଣି ନିଗମ ମାଧ୍ୟମରେ ଧାର୍ଯ୍ୟମୂଲ୍ୟରେ କଞ୍ଚାମାଲ ଦିଆଯିବା ଆଦି ଉପରେ ଆଲୋଚନା କରାଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version