Site icon Odisha.com

ଆଇଏମ୍ଆଇଟି ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ବ୍ୟବସ୍ଥା

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) କଟକ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍ଫରମେସନ ଟେକ୍ନୋଲୋଜି (ଆଇଏମ୍ଆଇଟି)ର ଛାତ୍ରଛାତ୍ରୀ ମାନଙ୍କୁ ଏଣିକି କ୍ୟାମ୍ପସ ନିଯୁକ୍ତି ସୁବିଧା ମିଳିବ ।

ରାଜ୍ୟ ସରକାର ଏଥିପାଇଁ ସମସ୍ତ ପ୍ରକାର ସୁବିଧା ସୃଷ୍ଟି କରିବେ ବୋଲି ବୁଧବାର ଶିଳ୍ପମନ୍ତ୍ରୀ ରଘୁନାଥ ମହାନ୍ତି ବିଧାନସଭାରେ କହିଛନ୍ତି ।

ଏହି ସଂସ୍ଥାର ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ଆର୍ଥିକ ସହାୟତାରେ ଅନୁଷ୍ଠାନର ନିଜସ୍ୱ ଶ୍ରେଣୀଗୃହ, ପ୍ରଶାସନିକ କାର୍ଯ୍ୟାଳୟ, ଛାତ୍ରାବାସ, ଛାତ୍ରୀନିବାସ, ସରକାରୀ ବାସଗୃହ ଓ ସଭାଗୃହ ଆଦି ନିର୍ମାଣ କରାଯାଇଛି ।

ଏଠାରେ ନୂତନ ଭାବେ ଏମ୍ବିଏ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଏମ୍ଟେକ୍ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଏଠାରେ ବିଭିନ୍ନ ବର୍ଗରୁ ଏବେ ୨୫ ଜଣ ସ୍ଥାୟୀ କର୍ମଚାରୀ ଏବଂ ୫ ଜଣ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।

ଏମାନଙ୍କ ନିଯୁକ୍ତି ପ୍ରଚଳିତ ନିୟମ ତଥା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ସର୍ତ୍ତାବଳୀ ଅନୁସାରେ କରାଯାଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version