Site icon Odisha.com

ହ୍ୱିଲର ଦ୍ଵୀପରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲର ଦ୍ଵୀପରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୁରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୧ର ଗୁରୁବାର ସଫଳ ପରୀକ୍ଷଣ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

୧୦ଟା ୧୦ରେ ପରୀକ୍ଷଣ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଏକ ହଜାର କିଗ୍ରା ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ବେଳେ ସାତ ଶହ କିମି ପର୍ଯ୍ୟନ୍ତ ଲକ୍ଷ ଭେଦ କରିବାର କ୍ଷମତା ରହିଛି ।

୧୯୮୯ରେ ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରାଯାଇଥିବା ବେଳେ ଗତ ମାର୍ଚ୍ଚ ୨୮ରେ ଶେଷଥର ପାଇଁ ପରୀକ୍ଷଣ କରାଯାଇଥିଲା । ସେନା ବାହିନୀରେ ଏହାକୁ ପୂର୍ବରୁ ସାମିଲ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version