Site icon Odisha.com

ଧର୍ମଘଟ ଯୋଗୁଁ ରାଜ୍ୟରେ ଦୂରଦର୍ଶନ, ଆକାଶବାଣୀରେ ପ୍ରସାରଣ ବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

ନୂଆିଲ୍ଲୀ, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଦୂରଦର୍ଶନ ଓ ଆକାଶବାଣୀ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ମଙ୍ଗଳବାର ରାଜ୍ୟରେ ଏହାର ଆଞ୍ଚଳିକ ପ୍ରସାରଣ ବନ୍ଦ ରହିଛି ।

ପ୍ରସାର ଭାରତୀ ଆଇନ ୧୯୯୦ର ପ୍ରତ୍ୟାହାର ଦାବୀରେ ଆକାଶବାଣୀ ଓ ଦୂରଦର୍ଶନ କର୍ମଚାରୀ ସଂଘ ପକ୍ଷରୁ ସାରା ଭାରତରେ ୪୮ ଘଣ୍ଟିଆ ଧର୍ମଘଟ କରାଯାଇଛି ।

ଆସନ୍ତା ୨୫ ତାରିଖ ସକାଳ ନଅଟା ପର୍ଯ୍ୟନ୍ତ ଧର୍ମଘଟ ଚାଲିବ । ଏଥିରେ ରାଜ୍ୟର ୧୫୦୦ କର୍ମଚାରୀ ସାମିଲ ହୋଇଛନ୍ତି । କଟକ ଆକାଶବାଣୀ କାର୍ଯ୍ୟାଳୟ ଓ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ସମ୍ମୁଖରେ କର୍ମଚାରୀମନେ ବ୍ୟାନର ଧରି ଧାରଣାରେ ବସିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version