Site icon Odisha.com

ପଞ୍ଚାୟତିରାଜ ବିଭାଗରେ ଖୁବଶୀଘ୍ର ଇଂଜିନିୟରିଂ କ୍ୟାଡ଼ର

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତିରାଜ ବିଭାଗରେ ଖାଲି ପଡ଼ିଥିବା ଆସିଷ୍ଟାଣ୍ଟ ଇଂଜିନିୟରିଂ ପଦବୀ ଖୁବଶୀଘ୍ର ପୂରଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ କହିଛନ୍ତି । ଏହି ପଦବୀ ଖାଲି ପଡ଼ିଥିବାରୁ ବିଭାଗୀୟ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି ।

ବିଭାଗର ନିଜସ୍ୱ ଇଂଜିନିୟରିଂ କ୍ୟାଡ଼ର ନଥିବାରୁ ଜଳସଂପଦ ଓ ପୂର୍ତ୍ତ ବିଭାଗରୁ ଆସିଷ୍ଟାଣ୍ଟ ଇଂଜିନିୟର ମାନଙ୍କୁ ଡ଼େପୁଟେସନରେ ଅଣାଯାଉଛି ।

ତେଣୁ ଏ ସଂପର୍କରେ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କଲେ ନିଜସ୍ୱ ଇଂଜିନିୟରିଂ କ୍ୟାଡ଼ର ସୃଷ୍ଠି କରାଯିବ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ।

ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୩୨ଟିରେ ବିଡ଼ିଓ ନଥିବା ବେଳେ ୪୯ଟି ବ୍ଲକରେ ଅତିରିକ୍ତ ବିଡ଼ିଓ ନାହାନ୍ତି । ତେବେ ଡ଼ିସେମ୍ବର ଶେଷ ସୁଦ୍ଧା ୨୦ରୁ୨୫ଟି ଅତିରିକ୍ତ ବିଡ଼ିଓ ପଦବୀ ପୂରଣ କରାଯିବ ବୋଲି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version