Site icon Odisha.com

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୨୬ (ଓଡିଶା ଡଟ୍ କମ୍) ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇ ସ୍ଥିତ ତାଜ୍ ହୋଟେଲରେ ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ଯବାନ ଓ ମୃତକଙ୍କୁ ଓଡିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ କଳାକୃତି ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଆତଙ୍କବାଦୀ ଆକ୍ରମଣର ଦୁଇ ବର୍ଷ ପୂର୍ତ୍ତୀ ଅବସରରେ ସେ ଗୁରୁବାର ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳାକୃତି ତିଆରି କରିଥିଲେ ।

ତାଙ୍କ ସ୍ୟାଣ୍ଡ ଆର୍ଟ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଏହାକୁ ତିଆରି କରିଥିବା ବେଳେ ପାଞ୍ଚ ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ବାଲୁକା କଳାରେ ପାଞ୍ଚ ଟନ୍ ବାଲି ବ୍ୟବହୃତ ହୋଇଛି ହୋଇଥିବା ସୁଦର୍ଶନ କହିଛନ୍ତି ।

ସମସ୍ତେ ଏକତ୍ରିତ ହୋଇ ଆତଙ୍କବାଦ ବିରୁଦ୍ଧରେ ଲଢେଇ ଉଚିତ୍ ବୋଲି ଏହି ବାଲୁକା କଳା ମାଧ୍ୟମରେ ସେ ବାର୍ତ୍ତା ଦେଇଛନ୍ତି । ଏହି କଳାକୃତି ନିକଟରେ ବହୁ ପର୍ଯ୍ୟଟକ ନିରବ ପ୍ରାର୍ଥନା କରି ମୃତକଙ୍କ ସ୍ମୃତିଚାରଣ କରିଥିଲେ ।ଏହା ପୂର୍ବରୁ ସୁଦର୍ଶନ ଆତଙ୍କବାଦ ବିରୁଦ୍ଧରେ ବହୁ ବାଲୁକା କଳାକୃତି ତିଆରି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version