Site icon Odisha.com

୨୦୦୯-୧୦ରେ ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ହସ୍ତତନ୍ତ ବସ୍ତ୍ର ବିକ୍ରୀ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ୨୦୦୯-୧୦ ଆର୍ଥିକ ବର୍ଷରେ ୧ କୋଟି ୧୦ ଲକ୍ଷ ୪୯ ହଜାର ଟଙ୍କାର ହସ୍ତତନ୍ତ ବସ୍ତ୍ର ବିକ୍ରୟ ହୋଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ହସ୍ତତନ୍ତ ବସ୍ତ୍ରର ବିକ୍ରୀ ନିମନ୍ତେ ସମନ୍ୱିତ ହସ୍ତତନ୍ତ ବିକାଶ ଯୋଜନାରେ ବଜାର ପ୍ରୋତ୍ସାହନ ବାବଦରେ ଦଶ ପ୍ରତିଶତ ପ୍ରଦାନ କରାଯାଇଛି । ଏହି ଅର୍ଥ ଗତ ତିନି ବର୍ଷ ଅନୁପାତିକ ବିକ୍ରୀ ଉପରେ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଅଞ୍ଜଳୀ ବେହେରା ଶନିବାର ବିଧାନସଭାରେ କହିଛନ୍ତି ।

ରାଜ୍ୟର ବୁଣାକାରମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ବସ୍ତ୍ର ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି(ବୟନିକା), ସମ୍ବଲପୁରୀ ବସ୍ତ୍ରାଳୟ ଓ ସରକାରଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ ବିକ୍ରୟ କରାଯାଇଛି ।

ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଅନୁଷ୍ଠିତ ପ୍ରଦର୍ଶନୀରେ ସମିତି ମାନଙ୍କ ପ୍ରଚେଷ୍ଟାରେ ଏପରି ବିକ୍ରୟର ବ୍ୟବସ୍ଥା କରାଯାଉଛି, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version