ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବ୍ରହ୍ମପୁର, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ କେତେକ ଦୁର୍ବୃତ୍ତ ଜଣେ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ଶନିବାର କହିଛି ।
ଶେରଗଡ଼ ଥାନା ଅଧିକାରୀ ମନୋରଞ୍ଜନ ମିଶ୍ର ଅଫିସ କାମ ସାରି ଘରକୁ ଫେରୁଥିବା ବେଳେ ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ଶେରଗଡ଼ ନିକଟସ୍ଥ ତକର୍ଡ଼ା ଠାରେ ତାଙ୍କୁ ହତ୍ୟା କରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ତାଙ୍କ ପରିବାରକୁ କ୍ଷତିପୂରଣ ଓ ଜଣକୁ ଚାକିରୀ ଦେବାକୁ ପୋଲିସ ମହାସଂଘ ପକ୍ଷରୁ ଦାବୀ କରାଯାଇଛି ।
ଓଡିଶା ଡଟ୍ କମ୍
Leave a Reply