ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟସ୍ଥ ପଟାଭାଡ଼ି ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶନିବାର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।
ଜଣେ ଜମି ମାଲିକ ଧାନ ଅମଳ ପାଇଁ “ହାରଭେଷ୍ଟର” ନେଇ ଯାଉଥିବା ବେଳେ ଏହା ୧୧ କେଭି ବିଦ୍ୟୁତ ତାରରେ ଲାଗିଯାଇଥିଲା ।
ଫଳରେ ଘଟଣାସ୍ଥଳରେ ମାଲିକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।
ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବୀ କରି ସ୍ଥାନୀୟ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବିଦ୍ୟୁତ ବିଭାଗର ଅବହେଳାରୁ ଏଭଳି ଦୁର୍ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି ।
ଓଡିଶା ଡଟ୍ କମ୍