Site icon Odisha.com

ସ୍ୱାଧିକାର ଭଙ୍ଗ ନୋଟିସ କୁ ନେଇ ବିଧାନସଭାରେ ହଟ୍ଟଗୋଳ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିରୋଧି ଦଳ ପକ୍ଷରୁ ଦିଆଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସ କୁ ନେଇ ସୋମବାର ବିଧାନସଭାରେ ହଟ୍ଟଗୋଳ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦିଆଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସ୍ ଉପରେ କଣ ନିଷ୍ପତ୍ତି ନିଆଯାଇଛି ସେ ବିଷୟରେ ଜଣାଇବା ସହ ତୁରନ୍ତ ଏବିଷୟରେ ରୁଲିଂ ଘୋଷଣା କରିବାକୁ ବିରୋଧି ବିଧାୟକମାନେ ବିଚସ୍ପତିଙ୍କ ନିକଟରେ ଦାବୀ କରିଥିଲେ ।

ବାଚସ୍ପତି ପ୍ରଦୀପ ଅମାତ୍ ସ୍ୱାଧିକାର ଭଙ୍ଗ ନୋଟିସ୍ ତାଙ୍କର ବିଚାରଧିନ ଅଛି ବୋଲି ଗୃହକୁ ଜଣାଇବା ସହ ବିରୋଧି ଦଳକୁ ଗୃହ ପରିଚାଳନାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।

ଏହି ପ୍ରସଙ୍ଗରେ ଗତ ତିନି ଦିନ ହେଲା ଗୃହରେ ଅଚଳାବସ୍ଥା ଯୋଗୁଁ କୌଣସି କାର୍ଯ୍ୟ ସଂପାଦନ ହୋଇନପାରିଥିବାରୁ ଶାସକ ଦଳ ବିଧାୟକମାନେ ଉ୍ବେଗ ପ୍ରକାଶ କରିଥିଲେ ।

ଅନ୍ୟପକ୍ଷରେ ପୂର୍ବ ଘୋଷଣା ଅନୁଯାୟୀ ଆଜି ବିରୋଧି ଦଳ ନେତା ଭୂପିନ୍ଦର ସିଂହଙ୍କ ନେତୃତ୍ୱରେ ଏକ ଚଉ ଜଣିଆ କଂଗ୍ରେସ ବିଧାୟକ ଦଳ ପୁରୀ ଗସ୍ତରେ ଯାଇଥିଲେ ।

ମହାପ୍ରଭୁ ଜଗନ୍ନାଥଙ୍କ ବହୁମୂଲ୍ୟ ଜମିକୁ ଯେଉଁମାନେ ହଡ଼ପ କରି ମୁନାଫାଖୋର ମାନଙ୍କୁ ଦେଇ ଦେଉଛନ୍ତି ସେମାନଙ୍କୁ ମହାପ୍ରଭୁ ଶାସ୍ତି ଦେବା ପାଇଁ ଗୁହାରୀ କରାଯାଇଛି ବୋଲି ବିଧାୟକମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version