Site icon Odisha.com

ଦଶ ବର୍ଷରେ ୭୮ ମାଓବାଦୀ ମୃତ, ୧୪୩୩ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ୨୦୦୧ରୁ ୨୦୧୦ ନଭେମ୍ବର ସୁଦ୍ଧା ରାଜ୍ୟରେ ୭୮ ଜଣ ମାଓବାଦୀ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ବେଳେ ୧୪୩୩ ଜଣ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଧାନସଭାରେ କହିଛନ୍ତି ।

ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ମଧ୍ୟରେ ସର୍ବାଧିକ ୩୧ ଜଣ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ କୋରାପୁଟ ଜିଲ୍ଲାରେ ୧୫ ଜଣ , ରାୟଗଡ଼ା ଜିଲ୍ଲାରେ ୧୦ ଜଣ, ଗଜପତି ଜିଲ୍ଲାରେ ୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ, ସମ୍ବଲପୁରରେ ୨ ଜଣ, ବେଗଡ଼ରେ ୯ ଜଣ, ଗଞ୍ଜାମରେ ୨ ଜଣ ଏବଂ କନ୍ଧମାଳ ଜିଲ୍ଲାରେ ଜଣେ ।

ସେହିପରି ଏହି ସମୟ ମଧ୍ୟରେ ଗିରଫ ହୋଇଥିବା ୧୪୩୩ ଜଣଙ୍କ ମଧ୍ୟରୁ ୩୮୦ ଜଣ ବିଭିନ୍ନ ଜେଲରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ରାଉରକେଲା ସ୍ୱତନ୍ତ୍ର ଜେଲରେ ସର୍ବାଧିକ ୧୦୧ ଜଣ । ତେବେ ଗିରଫ ହେଉଥିବା ମାଓବାଦୀଙ୍କ ନିମନ୍ତେ ସ୍ୱତନ୍ତ୍ର ଜେଲ୍ ନିର୍ମାଣର ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି ।

ମାଓବାଦୀ କାର୍ଯ୍ୟକଳାପ ମନ ପାଇଁ ୧୯୯୬-୯୭ ରୁ ୨୦୧୦-୧୧ ମଧ୍ୟରେ କେନ୍ଦ୍ର ସରକାର ୮୦ କୋଟି ୫ ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସାତ ବାଟାଲିଅନ ସିଆର୍ପିଏଫ୍ ଓ ପାଞ୍ଚ ବାଟାଲିଅନ ବିଏସ୍ଏଫ୍ କୁ କେନ୍ଦ୍ର ସରକାର ରାଜ୍ୟରେ ମୁତୟନ କରିଛନ୍ତି, ସେ କହିଛନ୍ତି ।

୨୦୦୯-୧୦ ନଭେମ୍ବର ୨୦ ସୁଦ୍ଧା ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ବଳଙ୍କ କାର୍ଯ୍ୟାନୁଷ୍ଠାନରେ ୩୮୭ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୫୧ ଜଣ ଆତ୍ମସମର୍ପଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version