Site icon Odisha.com

ରାଜ୍ୟର ଆର୍ଥିକ ସ୍ଥିତି ସନ୍ତୋଷଜନକ: ଅର୍ଥ ମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ସନ୍ତୋଷ ଜନକ ବୋଲି ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ସୋମବାର ବିଧାନସଭାରେ କହିଛନ୍ତି ।

ସିଏଜି ରିପୋର୍ଟ ଅନୁସାରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବାର୍ଷିକ ଯୋଜନା ଅଟକଳର ୩୨.୮ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇସାରିଛି । ପ୍ରତିବର୍ଷ ବଜେଟରେ ଦିଆଯାଇଥିବା ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ ଖର୍ଚ୍ଚ କରି ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ପଞ୍ଚାୟତିରାଜ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ମହିଳା ଶିଶୁ କଲ୍ୟାଣ ବିଭାଗ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଯୋଜନା ଅର୍ଥ ଠିକ୍ ଭାବରେ ଖର୍ଚ୍ଚ କରିଛନ୍ତି ।

୨୦୦୯-୧୦ରେ ରାଜ୍ୟ ସରକାର ୧୧୧୯ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିଥିବା ବେଳେ ୨୦୧୦-୧୧ ରେ ୧୮୪୧ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିଛନ୍ତି ।

ସେହିପରି ବିଭାଗୀୟ ସଚିବମାନେ ମାସିକିଆ ଖର୍ଚ୍ଚ ଯୋଜନା ପ୍ରସ୍ତୁତ କରିବେ ଓ ପ୍ରତିମାସ ୧୫ ତାରିଖରେ ଖର୍ଚ୍ଚର ସମୀକ୍ଷା କରିବେ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version