Site icon Odisha.com

ରାଜ୍ୟ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଠାରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୧୦ ଅନୁଷ୍ଠିତ ହୋଇଯାଇଛି ।

ବିକାଶ ଗ୍ରୁପ ଅଫ୍ ଇଂଷ୍ଟିଚ୍ୟୁସନ ପରିସରରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାକୁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉ୍ଘାଟନ କରିଛନ୍ତି । ସରକାରୀ ହେଉ କି ବେସରକାରୀ ଶିକ୍ଷାନୁଷ୍ଠାନ ହେଉ, ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ପ୍ରଥମ ଲକ୍ଷ୍ୟ ।

ବିକାଶ କେବଳ ବରଗଡ କିମ୍ବା ପଶ୍ଚିମ ଓଡିଶାର ନୁହେଁ, ସମଗ୍ର ରାଜ୍ୟର ଏକ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବୋଲି ଜେନା କହିଥିଲେ । ଏହା ଶିକ୍ଷା, କ୍ରୀଡା, ବିଜ୍ଞାନ, କ୍ୟାମ୍ପସ ସବୁଦୃଷ୍ଟିରୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ।

ବିକାଶରେ ପଢିବାର ସୁଯୋଗ ପାଇଥିବାରୁ ପିଲାମାନେ ବିକାଶର ସମସ୍ତ ଉପଭୋକ୍ତା, ଶିକ୍ଷକ ଏବଂ ଏଠାରେ ପଢାଇବାର ସୁଯୋଗ ଦେଇଥିବାରୁ ନିଜ ମା,ବାପାମାନଙ୍କୁ କୃତଜ୍ଞତା ଜଣାଇବାକୁ ପିଲାମାନଙ୍କୁ ସେ କହିଥିଲେ ।

ନୂଆଦିଲ୍ଲୀ ଏନ୍ସିଏସ୍ସି ନେଟୱର୍କର ଅଧ୍ୟକ୍ଷ ଆର୍.ଏନ୍.ରାୟ ସମ୍ଣାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉପରେ ଦେଶର ଭବିଷ୍ୟତ ନିର୍ଭର କରେ ବୋଲି ସେ କହିଥିଲେ ।

ପ୍ରତ୍ୟେକ ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକୁ ବାଧ୍ୟତାମୂଳକ କଲେ ପରିବେଶର ସୁରକ୍ଷା ହୋଇପାରନ୍ତା ବୋଲି ସେ କହିଥିଲେ । ସେହିପରି ଭଟିଲି ବିଧାୟକ ସୁଶାନ୍ତ ସିଂ, ମାର୍କ୍ଫେଡ ଅଧ୍ୟକ୍ଷ ପ୍ରଭାତାଦାତ୍ୟ ମିଶ୍ର, ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ଅଧ୍ୟକ୍ଷ ମୁରଲୀ କ୍ରୀଷ୍ଣା, ଏମ୍.ଡି. ଜି. ଭାସ୍କର ରାଓ ପ୍ରମୁଖ ଏଥିରେ ଯୋଗେଇଥିଲେ ।

୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଜ୍ଞାନ କଂଗ୍ରେସରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୃତୀତ୍ୱ ହାସଲ କରିଥିବା ୧୫୦ ରୁ ୧୮୦ଟି ପ୍ରକଳ୍ପ ପ୍ରତିଯୋଗୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version