Site icon Odisha.com

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦାବି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ଏକ ବିଧାୟକ ଦଳ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି କରିଛନ୍ତି ।

କେନ୍ଦୁଝର ବିଧାୟକ ସୁବର୍ଣ୍ଣ ନାୟକ ଓ ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡିଙ୍କ ନେତୃତ୍ୱରେ ଏହି ଜିଲ୍ଲା ଦ୍ଵୟର ୧୩ ଜଣ ବିଧାୟକ କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ଜଙ୍ଗଲ ଓ ପରିବେଶ, ପର୍ଯ୍ୟଟନ କ୍ଷେତ୍ରରେ ଅଞ୍ଚଳର ପରିସଂଖ୍ୟାନ ଭିତ୍ତିକ ଚିତ୍ର ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ରାଜ୍ୟର ମୋଟ୍ ଜନସଂଖ୍ୟାର ଦଶ ଭାଗ ଲୋକ ଓ ୨୪ ଭାଗ ଆଦିବାସୀ ଏ ଅଞ୍ଚଳରେ ରହୁଥିଲେ ହେଁ ସେମାନଙ୍କ ସ୍ୱାର୍ଥ ପାଇଁ ସରକାର କୌଣସି ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେଇନଥିବା ସେମାନେ ଅଭିଯୋଗ କରିଛନ୍ତି ।

ସେହିପରି ରାଜ୍ୟର ସାକ୍ଷରତା ହାର ୬୩ ପ୍ରତିଶତ ଥିବା ବେଳେ ଏ ଅଞ୍ଚଳର ସାକ୍ଷରତା ହାର ୫୬ ପ୍ରତିଶତ ଓ ରାଜ୍ୟର ୬୬ ପ୍ରତିଶତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବେଳେ ଏ ଅଞ୍ଚଳର ୭୮ ପ୍ରତିଶତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ସେମାନେଦ ର୍ଶାଇଛନ୍ତି ।

ଏ ଦୃଷ୍ଟିରୁ କେବିକେ, ପଶ୍ଚିମ ଓଡ଼ିଶା, କନ୍ଧମାଳ, ଗଜପତି ଜିଲ୍ଲାର ବିକାଶ ପାଇଁ ହାତକୁ ନିଆଯାଇଥିବା ଯୋଜନା ଢାଞ୍ଚାରେ “ଉତ୍ତର ଓଡ଼ିଶା ବିକାଶ ପରିଷଦ” ଗଠନ କରିବାକୁ ସେମାନେ ।ଦାବି କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version