• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିକାଶ ପାଇଁ ଜିଲ୍ଲା ସ୍ୱାର୍ଥ ସୁରକ୍ଷା ବିକାଶ ମଞ୍ଚ

November 30, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ସମସ୍ତ ରାଜନୈତିକ ଦଳ ଓ ନାଗରିକ ମାନଙ୍କ ପକ୍ଷରୁ ଜିଲ୍ଲା ସ୍ୱାର୍ଥ ସୁରକ୍ଷା ବିକାଶ ମଞ୍ଚ ଗଠନ କରାଯାଇଛି ।

ଲୋକଙ୍କ ମଧ୍ୟରେ ଦୁର୍ନୀତି ଓ ବିଭିନ୍ନ ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ସାତ ତାରିଖରେ ଏକ ସମାବେଶର ଅୟୋଜନ କରାଯାଇଛି ବୋଲି ମଞ୍ଚର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ପ୍ରଧାନ କହିଛନ୍ତି ।

୨୦୦୧ ଜନଗଣନା ଅନୁସାରେ ଜିଲ୍ଲାର ସାକ୍ଷରତା ହାର ରାଜ୍ୟରେ ସର୍ବାଧିକ ୭୯.୮୦ ପ୍ରତିଶତ । ଦୁର୍ନୀତି ଓ ସ୍ୱାର୍ଥପର ଲୋକଙ୍କ ପାଇଁ ଜିଲ୍ଲାରେ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ବହୁତ ମନ୍ଥର ।

ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ବୃଦ୍ଧି ଯୋଗୁଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଛି । ଫଳରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସୁଫଳ ପାଇବାରୁ ଲୋକମାନେ ବଞ୍ଚିତ ହେଉଛନ୍ତି ।

କେତେକ ସ୍ୱାର୍ଥପର ଲୋକ ଜିଲ୍ଲାରେ ହେବାକୁ ଥିବା ପୋସ୍କୋ ପ୍ରକଳ୍ପକୁ ବିରୋଧ କରୁଥିବାରୁ ଏହି ପ୍ରକଳ୍ପ କରିବା
ସପକ୍ଷରେ ଉକ୍ତ ମଞ୍ଚ ଆନ୍ଦୋଳନ କରିବ ବୋଲି ମଞ୍ଚର ଜଣେ ଅଧିକାରୀ କହିଛନ୍ତି । ଏହି କାରଣରୁ କେବଳ ପୋସ୍କୋ ନୁହେଁ ଅନ୍ୟ ପ୍ରକଳ୍ପ ମଧ୍ୟ ଏହି ଅଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

୧୯୯୯ ମହାବାତ୍ୟା ପରଠାରୁ ଜିଲ୍ଲାର ଅର୍ଥନୈତିକ ଅବସ୍ଥା ସ୍ୱଚ୍ଛଳ ହୋଇପାରି ନାହିଁ । ସଚେତନତାର ଅଭାବ, ଦଳୀୟ ଗୋଷ୍ଟିକନ୍ଦଳ ଓ ଅବହେଳା ଏହାର ମୁଖ୍ୟ କାରଣ । ତେଣୁ ଦାବି ପୂରଣ ପାଇଁ ଜାତି, ଧର୍ମ, ରାଜନୈତିକ ଡଳ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଏଭଳି ମଞ୍ଚ ଗଠନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଦୁର୍ନୀତି, ମୁଖ୍ୟ ଖବର

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version