Site icon Odisha.com

ବୋମା ମାଡ଼ ଯୋଗୁଁ ଲୋକେ ଆତଙ୍କିତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ଟେଣ୍ଡର ଫିକ୍ସିଂକୁ ନେଇ ମଙ୍ଗଳବାର ବୋମାମାଡ଼ା ହୋଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଜଳସେଚନ ବିଭାଗର ଇଂଜିନିୟର ପଦ୍ମନାଭ ପଣ୍ଡା ୟୁନାଇଟେଡ଼ ବ୍ୟାଙ୍କକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିଉପରକୁ ବୋମାମାଡ଼ କରିଥିଲେ । କିନ୍ତୁ ଏହି ସମୟରେ ସେ ଗାଡ଼ିନଥିବାରୁ ବର୍ତ୍ତି ଯାଇଥିଲେ ।

ଏଥିରେ ଗୁରୁତର ଆହତ ହୋଇଥିବା ଜୟପୁର ଗ୍ରାମର ଡ଼୍ରାଇଭର କାର୍ତ୍ତିକ ଚନ୍ଦ୍ର ବାରିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଛି ।

ଦୁର୍ବୃତ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକ ମାସ ଦଶରୁ ପନ୍ଦର ବୋମାମାଡ଼ ଘଟଣା ହେଉଥିବାରୁ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version