Site icon Odisha.com

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ପାରାଦ୍ଵୀପ ରଞ୍ଜିଆଗଡ଼ ଷ୍ଟେସନ ଠାରେ ତାଳଚେର-ପାରାଦ୍ଵୀପ ମାଲବାହୀ ଟ୍ରେନ ମଙ୍ଗଳବାର ଲାଇନଚ୍ୟୁତ ହୋଇଛି ।

ଉକ୍ତ ଷ୍ଟେସନ ଚାଡ଼ିବା ପରେ ଟ୍ରେନ୍ ଟି ଟ୍ରାକ ପରିବର୍ତ୍ତନ କରୁଥିବା ସମୟରେ ଏହାର ଇଞ୍ଜିନ ଏକ ମାଟିଗାଡରେ ପିଟିହୋଇଥିଲା । ଫଳରେ ଗୋଟିଏ ଇଞ୍ଜିନ ଓ ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା ।

୫୪ ବଗି ବିଶିଷ୍ଟ ଟ୍ରେନ୍ଟି ପାରାଦ୍ଵୀପ ଠାରେ କୋଇଲା ଅନ୍ଲୋଡ଼ କରି ତାଳଚେର ଫେରୁଥିଲା । ଏହି ଘଟଣା ପରେ ପୂର୍ବତଟ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରେନର ବଗି ଗୁଡ଼ିକୁ ଅନ୍ୟ ଏକ ଇଞ୍ଜିନ ଦ୍ଵାରା ତାଳଚେର ପଠାଇଥିଲେ ।

ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ପୂର୍ବତଟ ରେଳବାଇର ଏରିଆ ମ୍ୟାନେଜର ଜେ.ବି.ଦାସ କହିଛନ୍ତି । କିଛି ସମୟ ପାଇଁ ମାଲବାହୀ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା, ତେବେରେଳବାଇ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଏହା ସ୍ୱାଭାବିକ ହୋଇଥିଲା, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version