Site icon Odisha.com

ଚାନ୍ଦିପୁରରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁରୁବାର ସୁପରସୋନିକ କ୍ଷେପଣାସ୍ତ୍ର ବ୍ରହ୍ମୋସର ପରୀକ୍ଷଣ କରାଯାଇଛି ।

୨୯୦ କିମି ପର୍ଯ୍ୟନ୍ତ ଲକ୍ଷଭେ କରିବାର କ୍ଷମତା ଥିବା ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ତିନି ନମ୍ବର ଲଞ୍ଚପ୍ୟାଡ଼ରୁ ଦିନ ୧୧ଟା
ବେଳେ କରାଯାଇଛି ।

ଭାରତ ଓ ଋଷିଆର ମିଳିତ ଜ୍ଞାନ କୌଶଳରେ ତିଆରି କରାଯାଇଥିବା ଏହି କ୍ଷେପଣାସ୍ତ୍ରର ୨୦୦ରୁ ୩୦୦ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ।

ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ନିମନ୍ତେ ପରୀକ୍ଷଣ କେନ୍ଦ୍ରର ଦୁଇ କିମି ବ୍ୟାସାର୍ଦ୍ଧ ପରିସୀମାକୁ ବିପଶଙ୍କୁଳ ଘୋଷଣା
କରାଯାଇଥିବାରୁ ଏହି ପରିସୀମା ଅନ୍ତର୍ଭୁକ୍ତ ପ୍ରାୟ ତିନି ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

Exit mobile version