Site icon Odisha.com

ଅଙ୍ଗନୱାଡ଼ି କର୍ମୀ, ସହାୟିକାଙ୍କୁ ଗୋଟିଏ ରଙ୍ଗର ଶାଢୀ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ପ୍ରତ୍ୟେକ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଗୋଟିଏ ରଙ୍ଗର ଶାଢୀ ପ୍ରଦାନ କରାଯିବ ଓ ଏଥିପାଇଁ ନିର୍ଦ୍ଧିଷ୍ଟ ରଙ୍ଗ ଚୟନ କରାଯାଇ ଶାଢୀ ଯୋଗାଇ ଦେବାକୁ  ବୟନିକାକୁ ଅର୍ଥ ପ୍ରଦାନ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଗୁରୁବାର ବିଧାନସଭାରେ କହିଛନ୍ତି ।

ଏମାନଙ୍କୁ ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତା ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ବୀମା ଏ ବାବଦକୁ ଥିବା ୮୦ ଟଙ୍କା ସରକାର ବହନ କରୁଛନ୍ତି । ଏଥିସହ ପ୍ରସୂତି/ଗର୍ଭପାତ ସମେତ ବିଭିନ୍ନ ପର୍ବ ଓ ଉତ୍ସବ ପାଇଁ ସଠିକ ଦିନର ଛୁଟି ବ୍ୟବସ୍ଥା କରାଯାଇଛି ବୋଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।

ସେହିପରି ଅଭିଯୋଗ ଶୁଣାଣୀ ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଅଭିଯୋଗ ପ୍ରତିକାର କମିଟି ଗଠନ କରିବା ନିମନ୍ତେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୦୭-୦୮ରେ କର୍ମୀ ଓ ହେଲପର୍ ମାନଙ୍କ ଦରମା ଯଥାକ୍ରମେ ୫୦୦ ଓ ୨୫୦ ଟଙ୍କା ବୃଦ୍ଧି କରାଯାଇଛି । କର୍ମୀ ମାନଙ୍କୁ ସୁପରଭାଇଜର ପଦବୀକୁ ପଦୋନ୍ନତୀ ଦେବା ପାଇଁ ୩୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସହାୟିକାଙ୍କ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ମ୍ୟାଟ୍ରିକ ହୋଇଥିଲେ ସେମାନଙ୍କୁ କର୍ମୀ କରାଯାଇପାରିବ ବୋଲି ସେ କହିଛନ୍ତି ।

Exit mobile version