Site icon Odisha.com

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମର୍ଯ୍ୟାଦା ଦେବାକୁ ନିଷ୍ପତ୍ତି

 

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମର୍ଯ୍ୟାଦା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଗତ ୨୦୦୮ ଫେବୃୟାରୀ ମାସରେ ଏହି ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ରୂପେ ଅନୁମୋଦନ କରାଯାଇଛି ଓ ଶାସ୍ତ୍ରୀୟ
ସଙ୍ଗୀତର ମର୍ଯ୍ୟାଦା ଦେବା ପାଇଁ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସଂସ୍କୃତି ମନ୍ତ୍ରୀ ଦେବୀ
ପ୍ରସାଦ ମିଶ୍ର ଗୁରୁବାର ବିଧାନସଭାରେ କହିଛନ୍ତି ।

ସେହିପରି ବିଭିନ୍ନ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ । ସରକାର ବର୍ତ୍ତମାନ ଓଡ଼ିଆ

ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନିମନ୍ତେ ବିଶିଷ୍ଟ ଭାଷାବିତ୍, ସାହିତ୍ୟିକ ଓ ଗବେଷକ ମାନଙ୍କ ସହ ବିଚାରବିମର୍ଶ କରିବେ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version