Site icon Odisha.com

ଫାଣ୍ଡି ଉପରେ ମାଓବାଦୀଙ୍କ ଆକ୍ରମଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ପିଏଲ୍ଜିଏ ସପ୍ତାହ ପାଳନର ପ୍ରଥମ ଦିନରେ କେନ୍ଦୁଝର ଜିଲ୍ଲାରେ ମାଓବାଦୀମାନେ ବିସ୍ଫୋରଣ କରି ଏକ ଫାଣ୍ଡି ଉଡ଼ାଇ ଦେଇଥିବା ପୋଲିସ ଶୁକ୍ରବାର କହିଛି ।

ନୟାକୋଟ ଥାନା ଅର୍ନ୍ତଗତ ବାଂଶପାଳ ଫାଣ୍ଡିରେ ଗୁରୁବାର ରାତିରେ ପ୍ରାୟ ୨୦/୩୦ ଜଣ ଶସସ୍ତ୍ର ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିବା ଜଣେ ଅଧିକାରୀ କହିଛନ୍ତି । ଏହି ସମୟରେ ଫାଣ୍ଡିରେ କେହି ନଥିଲେ ।

ଗତକାଲି ଠାରୁ ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ ଆରମ୍ଭ ହୋଇଛି । ପ୍ରତିବର୍ଷ ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ସେମାନେ ସପ୍ତାହବ୍ୟାପୀ ପିଏଲ୍ଜିଏ ଦିବସ ପାଳନ କରିଆସୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version