Site icon Odisha.com

ଜାନୁୟାରୀ ୯ରୁ ୧୯ ବରଗଡ଼ ଧନୁଯାତ୍ରା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଠାରେ ଆସନ୍ତା ୨୦୧୧ ଜାନୁୟାରୀ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଜିଲ୍ଲାପାଳ ଭାବଗ୍ରାହୀ ମିଶ୍ର ଏବଂ ଯାତ୍ରା କମିଟି ଉପସଭାପତି ତଥା ଜିଲ୍ଲା ଆରକ୍ଷି ଅଧିକ୍ଷକ ସୁର୍ଯ୍ୟ ଥାଙ୍କପାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଅଧିକାରୀ ଦିଲିପ କୁମାର ସାମନ୍ତରାୟ କହିଛନ୍ତି ।

ପୂର୍ବ ବର୍ଷରେ ଦାୟୀତ୍ୱ ସଂପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁନଃ ଦାୟୀତ୍ୱ ଦିଆଯିବା ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି । ଧନୁଯାତ୍ରାର ହିସାବ ସୂଚନା ଅଧିକାର ଆଇନରେ ମିଳିପାରୁନଥିବା ନେଇ କମିଟିରେ ଉଚ୍ଚବାଚ ହୋଇଛି ।

ଧନୁଯାତ୍ରାର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ୧ କୋଟି ୪୯ ଲକ୍ଷ ଟଙ୍କା ଅନୁଦାନ ଦେଉଥିବାରୁ ପର୍ଯ୍ୟଟନ ନିଗମ ଏହାର ଖଚ୍ଚ କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ସହ ଜିଲ୍ଲାର ଅନ୍ୟ ସାତଟି ଗ୍ରାମରେ ମଧ୍ୟ ଗ୍ରାମବାସୀମାନେ ନିଜସ୍ୱ ପାଣ୍ଠିରେ ଧନୁଯାତ୍ରା କରିବା ପାଇଁ ସ୍ଥିର କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version