Site icon Odisha.com

ଝାରସୁଗୁଡ଼ା: ବ୍ୟାଙ୍କରୁ ଆଠ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ୍

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଝାରସୁଗୁଡ଼ା, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଝାରସୁଗୁଡ଼ା ଜିଲ୍ଲାର ଏକ ବ୍ୟାଙ୍କରୁ ଶନିବାର ଦୁର୍ବୃତ୍ତମାନେ ଆଠ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟି ନେଇଥିବା ପୋଲିସ କହିଛି।

ସ୍ଥାନୀୟ ବିଜୟା ବ୍ୟାଙ୍କରୁ ଚାରି ଜଣ ଦୁର୍ବୃତ୍ତ ବନ୍ଧୁକ ଖୋଇ ଏହି ଟଙ୍କା ଲୁଟ୍ କରିଥିବା ପୋଲିସ କହିଛି । ସକାଳେ ବ୍ୟାଙ୍କ ଖୋଲିବା ବେଳେ ଏହି ଦୁର୍ବୃତ୍ତମାନେ ଗ୍ରାହକ ଭାବେ ଆସି ଉପସ୍ଥିତ ଗ୍ରାହକଙ୍କୁ ବନ୍ଧୁକ ଖୋଇ ଭୟଭୀତ କରିଥିଲେ ।

ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲକର ଚାବି ମାଗିନେବା ପରେ ସେମାନେ କର୍ମଚାରୀ ଓ ଗ୍ରାହମାନଙ୍କୁ ଏକ କୋଠରୀରେ
ଭର୍ତ୍ତିକରି ଦେଇଥିଲେ । ପରେ ଲକରରୁ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ । ଲୁଟ୍ ପରେ ପୋଲିସ ପକ୍ଷରୁ ସହରର ସମସ୍ତ ସୀମା ସିଲ କରିିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version