Site icon Odisha.com

ଶିକ୍ଷକ ଅଭାବ ଯୋଗୁଁ ସ୍କୁଲରେ ଗ୍ରାମବାସୀଙ୍କ ତାଲା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଶିକ୍ଷକ ଅଭାବ, ବହିପତ୍ର ନମିଳିବା ତଥା ପରୀକ୍ଷା କରାଯାଉନଥିବା ଯୋଗୁଁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ତିର୍ତ୍ତୋଳ ଓ ଜଗତସିଂହପୁର ଶିକ୍ଷା ଜିଲ୍ଲାର ପ୍ରାୟ ଛଅଟି ସ୍କୁଲରେ ତାଲା ପକାଇ ଦେଇଛନ୍ତି ।

ଫଳରେ ସର୍ବଶିକ୍ଷା ଅଭିଯାନ ଦ୍ଵାରା ଶିକ୍ଷାର ମାନ ବୃଦ୍ଧି ପାଇଁ ଖର୍ଚ୍ଚ କରାଯାଉଥିବା କୋଟିକୋଟି ଟଙ୍କାର କୌଣସି ସୁଫଳ ମିଳିପାରୁ ନାହିଁ ।

ବର୍ତ୍ତମାନ ସ୍କୁଲ କର୍ମଚାରୀମାନେ ଡ଼୍ରେସକୋଡ଼, କର୍ମଶାଳା, ତାଲିମ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ଶିକ୍ଷ।ନୁଷ୍ଠାନରେ ବ୍ୟାପକ ଅସୁବିଧା ଖୋେଇଛି । ଏଥିଯୋଗୁଁ ବିଭିନ୍ନ ଗ୍ରାମର ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଏହି ସ୍କୁଲ ଗୁଡ଼ିକରେ ତାଲା ପକାଇ ଦେଇଛନ୍ତି ।

ଶିକ୍ଷକ ଅଭାବ, ଗାଁ ଶିକ୍ଷା କମିଟି ଗଠନ ନକରିବା ତଥା ପାଠ୍ୟ ପୁସ୍ତକ ଉପଲବ୍ଧ ; ନହେବାରୁ ଗତ ସାତ ଦିନ ହେଲା ଗ୍ରାମବାସୀମାନେ ଏର୍ସମା ବ୍ଲକ ଅନ୍ତର୍ଗତ ଖଟି ଖୋଲା ପ୍ରାଥମିକ ସ୍କୁଲରେ ତାଲା ପକାଇଛନ୍ତି ।

ଉକ୍ତ ସ୍କୁଲରେ ପାଞ୍ଚଟି ଶ୍ରେଣୀରେ ମୋଟ୍ ୧୨୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏମାନଙ୍କୁ ଶିକ୍ଷ।ନୁଷ୍ଠାନ କରିବା ପାଇଁ ମାତ୍ର ଜଣେ ଶିକ୍ଷା ସହାୟକଙ୍କୁ ନିଯୁକ୍ତ କରାଯାଇଛି । ନିକଟରେ ଗ୍ରାମବାସୀଙ୍କ ଦାବି ପରେ ଜଣେ ଗଣ ଶିକ୍ଷକଙ୍କୁ ଏହି ସ୍କୁଲରେ ନିଯୁକ୍ତି ଦିଆଯାଇଥିଲା ମାତ୍ର ଗୋଟିଏ ସପ୍ତାହ ପରେ ସେ ପୁଣି ଚାଲିଯାଇଥିଲେ ।

ସେହିପରି ଜଣେ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ପରେ ଗ୍ରାମବାସୀମାନେ ଗୋଟିଏ ସ୍କୁଲକୁ ବନ୍ଦ କରିଦେଇ ଥିଲେ ପରେ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ତାହା ପୁଣି ଚାଲୁ ହୋଇଥିଲା । ଜାତିଆଣ ଭେଦଭାବକୁ ନେଇ ମଧ୍ୟ ଜିଲ୍ଲାରେ ଲୋକମାନେ ସ୍କୁଲ ବନ୍ଦ କରିଦେଇଥିଲେ । ସେହିପରି ବାଲିକୁଦା, ନୂଆଗାଁ ବ୍ଲକର ଅନ୍ୟ ତିନୋଟି ସ୍କୁଲକୁ ମଧ୍ୟ ଲୋକମାନେ ବନ୍ଦ କରିଦେଇଛନ୍ତି ।

“”ତିର୍ତ୍ତୋଳ ଶିକ୍ଷା ଜିଲ୍ଲାରେ ୩୬୦ଟି ସ୍ଥାୟୀ ସ୍କୁଲ ସମେତ ମୋଟ୍ ୮୪୩ଟି ସ୍କୁଲରେ ଶିକ୍ଷକ ଅଭାବ ଥିବା ବେଳେ ୧୧୩ଟି ସ୍କୁଲ ଗୋଟିଏ ଶିକ୍ଷକରେ ଚାଲିଛି । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପୁଣି ସ୍କୁଲ ଖେଲିବାକୁ ଉଦ୍ୟମ କରାଯାଉଛି” ସ୍କୁଲ ଡ଼ିଆଇ ଦେବେନ୍ଦ୍ର ଦ।ସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version