Site icon Odisha.com

କନ୍ଧମାଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

 

ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ

ଭୁବନେଶ୍ୱର, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ ପାଳନର ପ୍ରଭାବ କନ୍ଧମାଳ ଜିଲ୍ଲାରେ ଅନୁଭୁତ ହୋଇନଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଷ୍ଟର ଦେଖିବାକୁ ମିଳିଛି ।

ପୋଲିସ ଚାକିରି ଛାଡ଼ିବା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଗରିବ ମାରଣ ନୀତି, ଅପରେଶନ ଗ୍ରୀନହଣ୍ଟ ସଂପର୍କରେ ଲେଖାଥିବା ପୋଷ୍ଟର ମାଓ ଅଧ୍ୟୁଷିତ ସୋନପୁର, ଗଦାପୁର, କାଟିଙ୍ଗିଆ, ସିକରମାହା, ଶ୍ରୀରାମପୁର ଆଦି ସ୍ଥାନରେ ଲଗାଯାଇଛି ।

ମାଓ ସଂଗଠନକୁ ସମର୍ଥନ ଦେବା ସହ ସହଯୋଗ କରିବାକୁ ମଧ୍ୟ ଏଥିରେ ଆହ୍ୱାନ କରାଯାଇଛି । ଫୁଲବାଣୀ-ଜୟପୁର, ଲାଞ୍ଜିଗଡ଼-କଟକକୁ ବସ୍ ଚଳାଚଳ ବନ୍ଦ ରହିଛି, ଗତ ଦୁଇ ଦିନ ହେଲା ।ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁରେ ଟେଲିଫୋନ ସେବା ବ୍ୟାହତ ହୋଇଛି ।

କୋଟଗଡ଼ରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିବା ବେଳେ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version