Site icon Odisha.com

ବିରୋଧି ଦଳ ନେତାଙ୍କୁ କହିବାର ସୁଯୋଗ ନମିଳିବାରୁ ହଟ୍ଟଗୋଳ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଶନିବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ନେତା କିଛି କହିବାକୁ ନିଜ ଆସନରେ ଛିଡ଼ା ହୋଇଥିଲେ ମଧ୍ୟ ବାଚସ୍ପତି ତାଙ୍କୁ କହିବାର ସୁଯୋଗ ନଦେବାରୁ ଏହାକୁ ନେଇ ବିରୋଧି ବିଧାୟକମାନେ ହଟ୍ଟଗୋଳ କରିଥିଲେ ।

ଏହାର ପ୍ରତିବାଦ କରି ସେମାନେ ପ୍ରବଳ ପାଟିତୁଣ୍ଡ କରିବା ସହ ସରକାର ହାଇକୋର୍ଟ ରାୟ ମାନିନିଅ, ବେଦାନ୍ତ
ଗୋବ୍ୟାକ୍ ଇତ୍ୟାଦି ସ୍ଲୋଗାନ ଦେଇଥିଲେ ।

ପାଟିତୁଣ୍ଡ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଏକ ଘଣ୍ଟା ପାଇଁ ୧୧ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବି କରିଥିଲେ ।

ମଧ୍ୟାହ୍ନ ୧୨ଟା ୩୦ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧି ଦଳ ମୁଖ୍ୟ ସଚେତକ ଏସଂପର୍କରେ ବାଚସ୍ପତିଙ୍କୁ କହିଥିଲେ ଯେ ଆଜି ଯାହା ଘଟିଗଲା ତାହା ଅଭାବନୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ବିରୋଧି ଦଳର ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ଜାରି ରଖିଥିଲେ । ମାତ୍ର ଶୂନ୍ୟକାଳରେ ବିରୋଧି ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନାହିଁ ।

ଯେଉଁ ଉଚ୍ଚସ୍ୱରରେ ବାଚସ୍ପତି ବିରୋଧି ଦଳ ନେତାଙ୍କୁ ତାଙ୍କ ଦଳର ସଦସ୍ୟ ମାନଙ୍କୁ ନିଜ ଆସନକୁ ଚାଲିଯିବାକୁ କହିଥିଲେ ତାହା ତାଙ୍କ ମୁହଁରେ ଶୋଭାପାଏ ନାହିଁ ବୋଲି ସେ କହିଥିଲେ ।

ତେବେ ବିଧାନସଭା ନିୟମାବଳୀ ଅନୁଯାୟୀ ବାଚସ୍ପତି ଗୃହକାର୍ଯ୍ୟ ଚଳାଇଥାନ୍ତି । ଠିକ୍ ନୀତି ମୁତାବକ ଗୃହ ଚାଲିଛି ।

ବାଚସ୍ପତି ଦେଇଥିବା ରୁଲିଂ ମଧ୍ୟ ଠିକ୍ ଓ ସେ କୌଣସି ପକ୍ଷପାତିତା କରିନାହାନ୍ତି ବୋଲି ସଂସୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତି କହିଥିଲେ ।

ବିରୋଧି ଦଳ ନେତା ଓ ବିରୋଧି ଦଳଙ୍କ ପ୍ରତି ତାଙ୍କର ସରକାରଙ୍କ ଦାନ ରହିଛି । ଅତୀତରେ ବିରୋଧି ଦଳଯେତେବେଳେ କିଛି କହିବାକୁ ଚାହିଁଛନ୍ତି ତାଙ୍କୁ ସୁଯୋଗ ଦିଆଯାଇଛି ବୋଲି ବାଚିସ୍ପତି ତାଙ୍କ ମନ୍ତବ୍ୟ ଦେଇ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version