Site icon Odisha.com

ତିନି ଜଣଙ୍କୁ ଗଳାକାଟି ମାଓବାଦୀଙ୍କ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀମାନେ ତିନି ଜଣଙ୍କୁ ଗଳାକାଟି ହତ୍ୟା କରିଥିବା ପୋଲିସ ମଙ୍ଗଳବାର କହିଛି ।

ପ୍ରାୟ ୪୦ରୁ ଉର୍ଦ୍ଧ୍ଵ ମାଓବାଦୀ ସୋମବାର କେବଲାଙ୍ଗ ଥାନା ଅନ୍ତର୍ଗତ ତୋପାଡ଼ିହି ଗ୍ରାମର ଦାଉ ମୁଣ୍ଡା, ୱାର୍ଡ଼ ମେମ୍ବର ନାହୁମ୍ ମୁଣ୍ଡା ଓ ଗଣଶିକ୍ଷକ ନିହାରଜନ ମୁଣ୍ଡାଙ୍କୁ ଘରୁ ଘୋଷାଡ଼ି ନେଇ ହତ୍ୟା କରିଛନ୍ତି ।

ମାଓବାଦୀଙ୍କୁ ସମର୍ଥନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ଏମାନେ ସାମିଲ ହୋଇଥିଲେ । ପ୍ରଥମେ ଏହି ବ୍ୟକ୍ତିମାନଙ୍କୁ ସେମାନେ ଅପହରଣ କରିନେଇଥିଲେ ଓ ପରେ ଗ୍ରାମ ଠାରୁ ତିନି କିମି ଦୂରରେ ରେଳଧାରଣା କଡ଼ରେ ଜଣଙ୍କର ଶବ ପଡ଼ିଥିବା ଖେିବାକୁ ମିଳିଥିଲା ।

ଏ ସଂପର୍କରେ ଖବର ପାଇଥିଲେ ମଧ୍ୟ ପୋଲିସ ଲ୍ୟାଣ୍ଡମାଇନ ଭୟରେ ସେଠାରେ ପହଞ୍ଚିପାରି ନାହିଁ ।

ଓଡ଼ିଶା ଡ଼ଟ୍ କମ

Exit mobile version