Site icon Odisha.com

ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ

ଓଡ଼ିଶା ଡ଼ଟ୍ କମ୍ ସଂବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବ୍ୟିାଳୟ କ୍ଷେତ୍ରରେ ସରକାର ସମସ୍ତ ଆଇନ୍ ଉଲଙ୍ଘନ କରି ଜମି ଅଧିଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଭୁବନେଶ୍ୱର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି ।

ପୂର୍ବାହ୍ନରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଯୁବମୋର୍ଚ୍ଚା କର୍ମୀ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ରାଲିରେ ‘ନବୀନ ପଟ୍ଟନାୟକ-ହାଏ, ହାଏ,’ ବେଦାନ୍ତ ପ୍ରୀତି ଚଳିବ ନାହିଁ, ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ ଧ୍ୱନୀ ଦେଇ ଲୋୟର ପିଏମଜିରେ ଏକତ୍ରୀତ ହୋଇଥିଲେ ।

ଏ ସରକାର କେବଳ ବେଦାନ୍ତ କ୍ଷେତ୍ରରେ ନୁହେଁ, ଅନେକ ଶିଳ୍ପ କ୍ଷେତ୍ରରେ, ଖଣି ମହାୁର୍ନୀତି, କୋଇଲା ଦୁର୍ନୀତି,
ଜଳସେଚନ ଦୁର୍ନୀତି ସମେତ ବ୍ୟାପକ ଦୁର୍ନୀତିରେ ଲିପ୍ତ ହୋଇ ଓଡ଼ିଶାର ସର୍ବନାଶ କରିବାରେ ଲାଗିଛି ।

ପୂର୍ବରୁ ଛୋଟ ଛୋଟ ଦୁର୍ନୀତିରେ ଲିପ୍ତ ଥିବା ମନ୍ତ୍ରୀମାନଙ୍କୁ ବାହାର କରି ନିଜକୁ ସ୍ୱଚ୍ଛ ଖୋଉଥିବା ନବୀନ ପଟ୍ଟନାୟକ ଆଜି ୩୦୦୦ ହଜାର କୋଟି ଟଙ୍କା ଦୁର୍ନୀତିରେ ଜଡ଼ିତ ବୋଲି ଆୟୋଜିତ ପ୍ରତି ସଭାରେ ଉଦ୍ଧବୋଧନ ଦେଇ ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ କହିଥିଲେ ।

ବେଦାନ୍ତ ବିଶ୍ୱବ୍ୟିାଳୟ ଉପରେ ମାନ୍ୟବର ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ଲୋକଲୋଚନକୁ ଆସିଯାଇଛି । ହାଇକୋର୍ଟର କଟୁ ମନ୍ତବ୍ୟ ପରେ ସେ ତାଙ୍କ ଉପରୁ ଇସ୍ତଫା ଦେବା ଉଚିତ ବୋଲି ପୂର୍ବତନ ସଭାପତି ସୁରେଶ ପୂଜାରୀ କହିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ
ବହୁଦଳୀୟ ନେତା ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ।

ପ୍ରତି ସଭା ଶେଷରେ ଶତାଧିକ ଯୁବମୋର୍ଚ୍ଚା କର୍ମୀ କଡ଼ିଅର ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହେବା ବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା ଓ ପ୍ରାୟ ଦୁଇ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version