Site icon Odisha.com

ସାନ୍ଧ୍ୟ କୋର୍ଟକୁ ବିରୋଧ, ବିଭିନ୍ନ ସ୍ଥାନରେ ଓକିଲଙ୍କ କାର୍ଯ୍ୟବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ସାନ୍ଧ୍ୟ କୋର୍ଟକୁ ବିରୋଧ କରି ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

କୌଣସି ବାର ଆସୋସିଏସନ୍ ସହ ରାଜ୍ୟ ସରକାର ଆଲୋଚନା ନକରି ସାନ୍ଧ୍ୟକୋର୍ଟ କରିବାକୁ ନିଷ୍ପତ୍ତି ନେଇଥିବାରୁ ଆଇନଜୀବୀମାନେ ଏହାକୁ ବିରୋଧ କରିଛନ୍ତି ।

ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନଙ୍କୁ ହାଇକୋର୍ଟ ବାର ଆସୋସିଏସନ ମଧ୍ୟ ସମର୍ଥନ କରିଛି ଫଳରେ ଆଜି ଦିନକ ପାଇଁ ହାଇକୋର୍ଟ ବନ୍ଦ ରହିଛି । ସେହିପରି ବିଭିନ୍ନ ଜିଲ୍ଲାରେ ମଧ୍ୟ ଆଇନଜୀବୀମାନେ ପ୍ରତୀକ ଧର୍ମଘଟ କରି କାର୍ଯ୍ୟବନ୍ଦ କରିଛନ୍ତି ।

ଗତକାଲି କଟକରେ ସାନ୍ଧ୍ୟକୋର୍ଟ ଆରମ୍ଭ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version