Site icon Odisha.com

ଓଡ଼ିଶା ସୋସାଇଟି ଅଫ୍ କାନାଡ଼ା ପକ୍ଷରୁ ବୋଇତବନ୍ଦାଣ

ବିଶ୍ୱଜିତ ମିଶ୍ର

ଟରଣ୍ଟୋ, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସୋସାଇଟି ଅଫ୍ କାନାଡ଼ା ପକ୍ଷରୁ ଟରଣ୍ଟୋ ଠାରେ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି ।

ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ଗତ ଡ଼ିସେମ୍ବର ୪ରେ ଏହା ମହାସମାରୋହରେ ପାଳିତ ହୋଇଯାଇଛି । ବୋଇତ ବନ୍ଦାଣର ମହତ୍ୱ ବିଷୟରେ ସେଲିନା ବେହେରା ଓ ପ୍ରଜ୍ଞା ସୂଚନା ପ୍ରାପ୍ତ କରିଥିବା ବେଳେ ସୋସାଇଟିର ଆଜୀବନ ସଦସ୍ୟ ସଂଧ୍ୟା ପଠାଣିଆ ପାରମ୍ପରିକ ଡ଼ଙ୍ଗା ଭଷାଣି କରିଥିଲେ ।

ଓଡ଼ିଶାରେ ବୋଇତ ବନ୍ଦାଣ ଉତ୍ସବ ଦିନ ଭୋରରୁ ମହିଳା ଓ ପୁରୁଷମାନେ ବିଭିନ୍ନ ନଦୀ ଓ ପୋଖରୀରେ ଡ଼ଙ୍ଗା ଭଷାଣିକରିଥିବା ବେଳେ ବେଳେ ଏଠାରେ ଥିବା ଅଡ଼ିଟୋରିୟମର ଛୋଟ ଡ଼ଙ୍ଗା ଭଷାଣି କରାଯାଇଥିଲା ।

ଏହାର ସଭାପତି ବିଶ୍ୱଜିତ ମିଶ୍ର ଉପସ୍ଥିତ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ସୋସାଇଟି ଆୟୋଜିତ କରୁଥିବା ବିଭିନ୍ନ ପର୍ବପର୍ବାଣୀ(ବୋଇତ ବନ୍ଦାଣ, ଓଡ଼ିଶା ଦିବସ, ସ୍ୱାଧିନତା ଦିବସ) ବିଷୟରେ କହିଥିଲେ ।

ଏହି ଅବସରରେ କ୍ରୀଷ୍ନା ଦ।ଶଙ୍କ ଦ୍ଵାରା ଓଡ଼ିଶାର ଇତିହାସ ଓ ସଂସ୍କୃତି ଉପରେ ପ୍ରସ୍ତୁତ ଏକ ଅଡ଼ିଓ ଭିଜୁଆଲ ଉପସ୍ଥାପନ କରାଯାଇଥିଲା ।

ବୋଇତ ବନ୍ଦାଣ ଅବସରରେ “”ଗାନ୍ଧୀଜୀ ଥିଲେ ବୋଲି” ଶିଶୁ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ନାଟକ ପରିବେଷଣ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଏହାସହ ଓଏସ୍ସିର ବରିଷ୍ଠ ସସ୍ୟଙ୍କ ଦ୍ୱାରା “”ବିରଳ ଚୌକି”ନାଟକ ପରିବେଷଣ କରାଯାଇଥିଲା ।

ନାଟକଟି ବିରେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଲେଖାଯାଇଥିବା ବେଳେ କୋହିନୁର ବାନାର୍ଜୀ ଏହାର ନିର୍ଦ୍ଦେଶନା ଦେଇଥିଲେ । ଏହି ଅବସରରେ ସୋସାଇଟିର ବିଭିନ୍ନ ସସ୍ୟଙ୍କ ଦ୍ୱାରା ସାମରିକ କଳା, ଆତ୍ମରକ୍ଷା କଳା ପ୍ରର୍ଶନ, ଓଡ଼ିଆ ଓ ହିନ୍ଦୀ ସଂଗୀତ ପରିବେଷଣ କରାଯାଇଥିଲା ।

ସୋସାଇଟିର ପୂର୍ବତନ ସଭାପତି ବିଭୂ ମହାନ୍ତିଙ୍କ ଦ୍ୱାରା ପୁରସ୍କାର ବିତରଣ ଓ ବିଶ୍ୱ ପଟ୍ଟନାୟକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ ଆୟୋଜିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ସଂଧ୍ୟାରେ ଉପସ୍ଥିତ ସସ୍ୟଙ୍କୁ ଚାଟ୍, ସମୋସା ଓ ଓଡ଼ିଶା ଖ୍ୟାଦ୍ୟ ପରିବେଷଣ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version